ଅପରାଧ ଟଙ୍କା ପାଇଁ ମା’କୁ ହତ୍ୟାକଲା ପୁଅ !! Angul OnlineJune 18, 2022June 18, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ଘଣ୍ଟପଡା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମାନ୍ୟ କିଛି ଟଙ୍କା ପାଇଁ ମାଆକୁ ପୁଅ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ଘଣ୍ଟପଡା ଗ୍ରାମର ଜୁଳେଇ ବିଶ୍ୱାଳ । ସୂଚନା ଅନୁସାରେ ମୃତକ ଜୁଳେଇ ବିଶ୍ୱାଳ ଘରେ ଟିଭି ଦେଖୁଥିବା ସମୟରେ କେହି ଦୁର୍ବୃତ୍ତ କୌଣସି ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେହେରୁ ଶତାବ୍ଦୀ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାଆକୁ ହତ୍ୟା କରିବା ସନ୍ଦେହରେ ଅଭିଯୁକ୍ତ ପୁଅ ମନୋଜ ବିଶ୍ୱାଳକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ମାକୁ ଟଙ୍କା ମାଗିବା ପରେ ମା ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ସେ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରା ଯାଉଛି । Advertisement
ଠକେଇ ଅଭିଯୋଗରେ ଗିରଫ ପରେ ଛାତ୍ରନେତାଙ୍କୁ ସାଙ୍ଗଠନିକ ପଦବୀରୁ ଅବ୍ୟାହତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୁବ ନେତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ।…
ଚୋରି ହୋଇଥିବା ୭୦ ଗ୍ରାମ ସୁନା ଜବତ – ତିନି ଗିରଫ ଅନୁଗୁଳ – ଅନୁଗୁଳ ସହରର ଗୁଜୁରାତିପଡ଼ାରୁ ଜଣେ ବ୍ୟକ୍ତିଙ୍କ ଘରୁ ଗତ ମାର୍ଚ୍ଚ ମାସରେ ସୁନା ଅଳଙ୍କାର ଚୋରି ହୋଇଥିଲା । ଜଣେ ମହିଳା ପ୍ରାତଃଭ୍ରମଣରେ ଯାଇଥିବା…
ଭୁଜାଲିରେ ଆକ୍ରମଣ କରି ଫେରିବାଲାଠାରୁ ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗ୍ରାମ ନିକଟରେ ଜଣେ ଫେରିବାଲାକୁ ଭୁଜାଲିରେ ଆକ୍ରମଣ କରି ଦୁର୍ବୃତ୍ତ ମାନେ ଲୁଟ କରିଥିବା ଜଣାପଡିଛି ।…