ଅପରାଧ ସହର ଉପକଣ୍ଠରୁ ୧୦୦ କେଜି ଗଞ୍ଜେଇ ଜବତ – ୨ ଗିରଫ Angul OnlineAugust 7, 2024August 7, 2024 ଅନୁଗୁଳ – ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଅନୁଗୁଳ ଅବକାରୀ ବିଭାଗ ହାବୁଡ଼ରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ । ସେମାନଙ୍କ ନିକଟରୁ ଜବତ ହେଲା ୧୦୦ କେଜି ଗଞ୍ଜେଇ । ସୂଚନା ଅନୁସାରେ ଆଜି ଅନୁଗୁଳ ପଞ୍ଚମହଲା ନିକଟରେ ଅବକାରୀ ବିଭାଗ ତରଫରୁ ପେଟ୍ରୋଲିଂ କରା ଯାଉଥିଲା । ଏହି ସମୟରେ ସମ୍ବଲପୁର ଦିଗରୁ ଆସୁଥିବା ଏକ କାର ଦ୍ରୁତ ଗତିରେ ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ଅବକାରୀ ବିଭାଗ ଅଟକାଇ ଦେଇଥିଲା । ଜାଞ୍ଚ ବେଳେ କାରରୁ ୧୦୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ଜବତ ପରେ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ଗିରଫ ଦୁଇଜଣ ହେଲେ କନ୍ଧମାଳ ଜିଲ୍ଲାର ନବୀନ ପାତ୍ର ଓ ଭିକୁନ ମହାକୁଡ଼ । ଏହି ଦୁଇ ଜଣ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ବାହାର ଜିଲ୍ଲାକୁ ଚୋରା ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଅଧିକ ତଦନ୍ତ କରୁଛି । Advertisement
ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମାରି ଗିରଫ ହେଲେ ହୋଟେଲ ମାଲିକ ଅନୁଗୁଳ – ଚୋରୀ କରି ବିଦ୍ୟୁତ ବ୍ୟବହାର କରୁଥିଲେ , ଆଉ ସେହି ବେନିୟମ ବିଦ୍ୟୁତ କନେକସନ କାଟିବାକୁ ଯାଇଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ…
ଚୋରି ମୋଟର ଉଦ୍ଧାର – ଧରା ପଡିଲେ ୫ ଜଣିଆ ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ମଞ୍ଜରି ଏଣ୍ଟରପ୍ରାଇଜେସରୁ ଗତ ୨୪ ତାରିଖ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ପାଣି ପମ୍ପ…
ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ…