ଆଞ୍ଚଳିକ ବଳିଦାନ-ଦିବସ-ପାଳିତ Angul OnlineJanuary 30, 2021January 30, 2021 ଅନୁଗୁଳ – ମାହାତ୍ମା ଗାନ୍ଧିଙ୍କର ୭୩ ତମ ବଳିଦାନ ଦିବସ ଗାନ୍ଧୀ ପାର୍କ ଠାରେ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ୫.୧୭ ମିନିଟ ସମୟରେ ସର୍ବ ଧର୍ମ ପ୍ରାର୍ଥନା ଗାନ କରାଯାଇଥିଲା । ପରେ ଗାନ୍ଧୀଜୀଙ୍କ ଜୀବନୀ ଉପରେ ଉପସ୍ଥିତ ଯୁବ ବର୍ଗ ମାନଙ୍କ ମଧ୍ୟରେ ଆଲୋଚନା ହେଇଥିଲା । ଦେଶରେ ଚାଲିଥିବା ହିଂସା ଆଜି ସବୁଠୁ ବଡ ସମସ୍ୟା ତାକୁ ରୋକିବାକୁ ହେଲେ ଗାନ୍ଧୀଜୀଙ୍କର ବିଚାର ହିଁ ଏକ ମାତ୍ର ରାସ୍ତା । ଯୁବ ପିଢ଼ି ଆଜି ଦିଶା ହୀନ ହେଇ ଚାଲୁଛି । ଆଜିର ଦିନ ହେଉଛି ହିଂସା ଵିରୁଦ୍ଧରେ ସଂକଳ୍ପ ଓ ପ୍ରାୟଶ୍ଚିତର ଦିବସ । ଗାନ୍ଧିଜୀଙ୍କର ସତ୍ୟ ଅହିଂସା ଅନୁସରଣ କରିବାକୁ ସମସ୍ତେ ମତ ଦେଇଥିଲେ । ଉକ୍ତ ସଭାରେ ନବ ମାଳତୀ ସ୍ମୃତି ପୀଠର ସଭାପତି ବିଦ୍ୟାଧର ନାୟକ ସର୍ବ ଧର୍ମ ପ୍ରାର୍ଥନା ଗାନ କରିଥିଲେ । ରାଷ୍ଟ୍ରୀୟ ଯୁବା ସଂଗଠନ ରାଜ୍ୟ ସଂଯୋଜକ ସୂର୍ୟ ନାରାୟଣ , ଅଦ୍ୟାଶ୍ଲୋକ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସହିଦ ସ୍ମୃତି କମିଟିର ସଦସ୍ୟ ପ୍ରତାପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଯେଉଁଥିରେ ସାମାଜିକ କର୍ମୀ ସିତୁ ନାଏକ , ରଶ୍ମିରଞ୍ଜନ ସାହୁ ଜ୍ୟୋତି ପ୍ରକାଶ ମିଶ୍ର ଓ ଅନ୍ୟ ସାଥି ମାନେ ଉପସ୍ଥିତ ଥିଲେ । Advertisement
ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ ଅନୁଗୁଳ – ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା…
କୂଅରେ ପଡ଼ି ବୃଦ୍ଧ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ କୁମ୍ଭାରସାହି ଗାଁରେ ଆଜି ଜଣେ ବୃଦ୍ଧ କୂଅରେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, କୁମ୍ଭାରସାହି ଗ୍ରାମର…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…