ଖେଳ ଓ ଖେଳାଳି କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା Angul OnlineApril 16, 2022April 16, 2022 ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ କରାଯାଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିର୍ନିମେଶ ଜେନା , ସୋହମରାଜ ମହାପାତ୍ର , ମିଲନ ସାମଲ , ରାକେଶ ବିଶ୍ଵାଳ , ଚନ୍ଦନ ସାହୁ , ଦୀପକ ତିୱାରୀ , ରାକେଶ ଗୋଛାୟତ (ୱିକେଟ କିପର) , କ୍ରାନ୍ତିରଞ୍ଜନ ଅମାନ୍ତ , ସତ୍ୟବ୍ରତ ସିଂହ , ସନ୍ଦିପ ସିଂହ , ବିକାଶ ସାହୁ , ଆଶୁତୋଷ ମହାରଣା , ହରପ୍ରୀତ ସିଂହ ଓ ଚିନ୍ମୟ ନସ୍କର ସ୍ଥାନ ପାଇଛନ୍ତି । ଏହି ଦଳ ପାଇଁ ମିଲନ୍ ସାହୁ କୋଚ୍ ନିଯୁକ୍ତ ହୋଇଥିବା ବେଳେ ସଞ୍ଜୀବ ପାତ୍ର ଶାରୀରିକ ପ୍ରଶିକ୍ଷକ ସହିତ ଦଳର ପରିଚାଳକ ଦାୟିତ୍ଵ ତୁଲାଇବେ । ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବାରୁ ଦଳ ସୁପର୍-୬ରେ ପହଞ୍ଚିବା ନେଇ କୋଚ୍ ଓ ପରିଚାଳକ ଆଶାବ୍ୟକ୍ତ କରିଛନ୍ତି । ଅନୁଗୁଳ ଦଳ ତା’ର ଅଭିଯାନ ୧୮ ତାରିଖରୁ ଆରମ୍ଭ କରିବ । ଦଳ ପ୍ରଥମ ମ୍ୟାଚ୍ ୧୮ ତାରିଖରେ ବରଗଡ଼ , ୧୯ ତାରିଖରେ ବୌଦ୍ଧ , ୨୦ରେ ଭଦ୍ରକ , ୨୨ରେ କିଟ୍ ଓ ୨୩ରେ ଗଞ୍ଜାମ ବିପକ୍ଷରେ ଖେଳିବ ବୋଲି ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସରେ ଚମକିଲେ ଅନୁଗୁଳ ଆଥଲେଟ ଅନୁଗୁଳ – ବାଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ…
ହେମସୁରପଡା କପ ଫୁଟବଲ – କୁଚିଣ୍ଡା ଚମ୍ପିୟାନ ଅନୁଗୁଳ – ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଦ୍ଵାରା ଆୟୋଜିତ ୧୦ମ ହେମସୁରପଡା କପ ଫୁଟବଲ କପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇ ଯାଇଛି…
କଳାହାଣ୍ଡି କପ ପାଇଁ ଖେଳାଳି ଚୟନରେ ଅନିୟମିତତା – ଅଭିଯୋଗ ଆଣିଲେ ଖେଳାଳି ଅନୁଗୋଳ – କଳାହାଣ୍ଡି କପ କ୍ରିକେଟ ପାଇଁ ଅନୁଗୋଳ ଜିଲ୍ଲାରୁ ଖେଳାଳି ଚୟନ କରି ଆଜି ପଠା ଯାଇଥିବା ବେଳେ ଚୟନରେ ଅନିୟମିତତା ହୋଇଥିବା କିଛି ଖେଳାଳି…