ଅପରାଧ ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ Angul OnlineMay 4, 2023May 4, 2023 ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ ହୋଇଛି । ସୂଚନା ଅନୁସାରେ , ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ସବ୍ଇନିସପେକ୍ଟର ଗାୟତ୍ରୀ ମାଝୀ ସଦଳବଳ ଅନୁଗୋଳ ଫାୟାର ଷ୍ଟେଶନ୍ ଛକଠାରେ ଏକ ଦାମି କାର(ଓଡି-୨୨ଏଫ-୪୦୦୦)କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର ଡିକିରୁ ୪୦୦ ଲିଟର ଦେଶୀ ଜବତ ହୋଇଥିଲା । ଫଳରେ ମଦ ଚାଲଣ କରୁଥିବା ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁର ରାହୁଲ ସାହୁ(୨୦) ଓ ରେଙ୍ଗାଲି ଡ୍ୟାମର ସୁଶିଲ ମହାନ୍ତି(୨୦)ଙ୍କୁ ଗିରଫ କରା ଯାଇଥିଲା । ଏଥିସହ ସମ୍ପୃକ୍ତ କାରକୁ ଜବତ କରା ଯାଇଛି । କାରଟି ରେଙ୍ଗାଳି ଥାନା ଅଞ୍ଚଳରୁ ବେଆଇନ ଦେଶୀ ମଦ ନେଇ ଅନୁଗୋଳକୁ ଆସୁଥିଲା । ଜବତ ମଦର ଦାମ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ବିଭାଗ ତରଫରୁ ପ୍ରକାଶ କରାଯାଇଛି । Advertisement
ଟ୍ରକରୁ ଲୁହା ଛଡ ଚୋରୀ ଅଭିଯୋଗରେ ୪ ଗିରଫ – ଟ୍ରକ , ପିକଅପ ଭ୍ୟାନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ମରାତିରା ନିକଟରୁ ଏକ ଲୁହା ଛଡ ବୋଝେଇ ଟ୍ରକରୁ ଛଡ ଚୋରୀ ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ…
୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ…
ଛେଳି ଚୋରି ଅଭିଯୋଗରେ ତିନି ଜଣଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଛେଳି ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ…