ରାଜନୀତି ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ – ମା’ଙ୍କ ନେଲେ ଆଶିଷ Angul OnlineApril 11, 2024April 11, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ଅଧିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି)। ହଜାର ହଜାର ସମର୍ଥକଙ୍କ ଗହଣରେ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ସେ ପ୍ରଚାର କରିବା ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଆଜି ପୂର୍ବାହ୍ନରେ ମାହେଶ୍ବରୀ ମନ୍ଦିରରେ ପହଞ୍ଚିବାପରେ ପାରମ୍ପରିକ ରୀତିନୀତିରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରୁ ବାହାରିବା ପରେ ହଜାର ହଜାର ଲୋକ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ସହ ଆଠମଲ୍ଲିକ ସହରରେ ପଦଯାତ୍ରା କରିଥିଲେ । ପରେ ସେ ସମର୍ଥକଙ୍କ ସହ ବିନିକେୟୀ ମନ୍ଦିରକୁ ଯାଇଥିଲେ । ସେଠାରେ ଠାକୁରଙ୍କ ଦର୍ଶନ କରିବାସହ ସାଧାରଣ ଲୋକଙ୍କ ସହ ଭାବବିନିମୟ କରିଥିଲେ । ଅପରାହ୍ନରେ ଛେଣ୍ଡିପଦା ବ୍ଲକ୍ର ମା’ ବାୟାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ । ଏଠାରେ ମଧ୍ୟ ହଜାର ହଜାର ସମର୍ଥକ ତାଙ୍କୁ ସ୍ବାଗତ କରିଥିଲାବେଳେ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ବଇଣ୍ଡା, ଜରପଡ଼ା, ବାଲିପଟା ଓ ଛେଣ୍ଡିପଦାଠାରେ ବିଜେଡି କର୍ମୀ ଓ ସମର୍ଥକମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରାର୍ଥୀ ହେବାପରେ ଏହା ବବିଙ୍କର ପ୍ରଥମ ଅନୁଗୁଳ ଗସ୍ତ ହୋଇଥିଲାବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ମନରେ ବେଶ୍ ଉତ୍ସାହ ପ୍ରକାଶ ପାଇଥିଲା । ତାଙ୍କ ସହ ନଳିନୀକାନ୍ତ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା, ଅନୁଗୁଳ ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ କୁମାର ସାହୁ, ବିଜେଡି ନେତା ସଂଜୟ ଅଗ୍ରୱାଲ, ନେପୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଇସ୍ତଫା ଦେଲେ ମଣ୍ଟୁ – ସାଙ୍ଗଠନିକ ଦାୟିତ୍ୱ ସହ ପାଇ ପାରନ୍ତି ଗୁରୁତ୍ୱପୁର୍ଣ୍ଣ ପଦ ଅନୁଗୁଳ – ଅନୁଗୁଳ ଅନଲାଇନର ଅନୁମାନ ସତ ହେଲା । ଉପ-ବାଚସ୍ପତି ପଦରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଖୁବ ଶୀଘ୍ର ଇସ୍ତଫା ଦେଇ ପାରନ୍ତି ଆଉ…
ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ…
ପୌରାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପିର ଦିଲୀପ ଅନୁଗୁଳ ଓ ଯୋଗମାୟା ଆଠମଲ୍ଲିକରୁ ହେବେ ପ୍ରାର୍ଥୀ ଅନୁଗୁଳ – ଅନୁଗୁଳ ଜିଲ୍ଲାର ତିନୋଟି ପୌର ପରିଷଦର ନଗରପାଳ ପଦବୀ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରାଯାଇଛି । ରାଜ୍ୟ ସଭାପତି ସମୀର…