ଭଲ ଖବର ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ Angul OnlineApril 25, 2024April 25, 2024 ଅନୁଗୁଳ – ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ହାସଲ କଲେ କିନ୍ନର ଚିନ୍ମୟୀ । ଅପରିଚିତ ଲୋକଙ୍କ ମୃତଦେହ ସଂସ୍କାର କରିଥିବା ସମାଜସେବୀ ଚିନ୍ମୟୀଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ସ୍ୱୀକୃତି ପ୍ରଦାନ କରିଛି । କରୋନା ସମୟରେ କିନ୍ନର ହିସାବରେ ଅପରିଚିତ ଶବ ସଂସ୍କାର କରିଥିବା କାରଣରୁ ତାଙ୍କ ନାମ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛି । ଜାନୁୟାରୀ ୧ ତାରିଖ ୧୯୮୫ ମସିହାରେ ଜଗତସିଂହପୁରର ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋଷଲ ଗାଁରେ ଜନ୍ମ ଗ୍ରହଣ କରିଥିବା ଚିନ୍ମୟୀ ସମାଜସେବାକୁ ନିଜ ଜୀବନର ବ୍ରତ କରିଛନ୍ତି । ସାରା ଜୀବନ ନିଜକୁ ସମାଜର କଲ୍ୟାଣ ପାଇଁ ଉତ୍ସର୍ଗ କରିବା ପାଇଁ ଚାହାଁନ୍ତି ସେ । କାହାପାଇଁ ମମତାମୟୀ ମା’ର ରୂପ ତ ଆଉ କାହା ପାଇଁ ସ୍ନେହରେ ବାନ୍ଧି ରଖି ପାରୁଥିବା ଭଉଣୀର ରୂପ । ଜୀବନର ଅଙ୍କାବଙ୍କା ରାସ୍ତାରେ ଅନେକ ନିର୍ଯ୍ୟାତନା ଓ ପ୍ରତାରଣା ପାଇ ବି ଜୀବନ ସଂଗ୍ରାମରେ ହାର ମାନି ନାହାଁନ୍ତି । ସେ ଦୁସ୍ଥ, ଅବହେଳିତ, ଦଳିତ, ନିଷ୍ପେସିତ ଲୋକଙ୍କ ସେବା ହେଉ ଅବା ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀର ସେବା ଶୁଶ୍ରୁଷା କରିବା ହେଉ ସବୁଥିରେ ଆଗଭର ସେ ।ଏହା ସହ ଜନସଚେତନତା କାର୍ଯ୍ୟକ୍ରମ ହେଉ ଅଥବା ସ୍ୱଚ୍ଛତା ଅବା ରାସ୍ତା ମରାମତି ସବୁ କାମକୁ ଅତି ନିଷ୍ଠାର ସହ କରିବାକୁ ଭଲ ପାଆନ୍ତି କିନ୍ନର ଚିନ୍ମୟୀ । ପଶୁପକ୍ଷୀଙ୍କ ସେବା ସହ କୁଷ୍ଠ ଓ କର୍କଟ ରୋଗୀଙ୍କ ପାଖରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ କଥା ବୁଝି ତାଙ୍କ ସେବା କରିବା ସହ କିଭଳି ଚିକିତ୍ସା ସେବା ଯୋଗାଇ ଦିଆଯିବ ସେ ବ୍ୟବସ୍ଥା କରିବା କଥା ହେଉ ଅଥବା ନିଶା ନିବାରଣ ସବୁଠି ଥାଆନ୍ତି ଚିନ୍ମୟୀ । ନିସ୍ୱାର୍ଥପର ଭାବେ ସେବା କରିବା ତାଙ୍କ ଜୀବନର ମୂଳମନ୍ତ୍ର । କରୋନା ସମୟରେ ସେ ଅହରହ ଯୋଗାଇ ଥିଲେ ସେବା । ବିଶେଷକରି କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସଂସ୍କାର କରିବା ତାଙ୍କୁ ଦେଇଥିଲା ଏକ ନୂଆ ପରିଚୟ । କରୋନା ସମୟରେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ସଂସ୍କାର କରିଥିବା କାରଣରୁ ଚିନ୍ମୟୀଙ୍କୁ ମିଳିଛି ” ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଆଚିଭର ଟାଇଟଲ ” । ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ନିଜ ନାମ ସାମିଲ ପରେ ସବୁଠାରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନ । Advertisement
ଜାତୀୟ ମୁଥୁତାଇ ପ୍ରତିଯୋଗିତାରେ ଚମକିଲେ ଅନୁଗୁଳ ପ୍ରତିଯୋଗୀ – ହାତେଇଲେ ୬ ସ୍ୱର୍ଣ୍ଣ ପଦକ ଅନୁଗୁଳ – ଜାତୀୟ ସ୍ତରୀୟ ମୁଥୁତାଇ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାର ପ୍ରତିଯୋଗୀଙ୍କୁ ସଫଳତା ମିଳିଛି । ମଧ୍ୟପ୍ରଦେଶରେ ଆୟୋଜିତ ଜାତୀୟ ମୁଥୁତାଇ ଚାମ୍ପିଅନସିପ ୨୦୨୨ରେ ଓଡ଼ିଶାର ପ୍ରଦର୍ଶନ…
ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର…
ଓଡିଶା ସାଇନିଂ ଆଇକନ ସିଜିନ-୩ରେ ଚମକିଲେ ଜିଲ୍ଲାର ୫ ପ୍ରତିଯୋଗୀ ଅନୁଗୁଳ – ଓଡିଶା ସାଇନିଂ ଆଇକନ ସିଜିନ-୩, ୨୦୨୧ ରେ ନିଜର ଫ୍ୟାସନର ଯାଦୁ ଦେଖାଇଛନ୍ତି ଅନୁଗୁଳ ଜିଲ୍ଲାର ପ୍ରତିଯୋଗି । ରାଉରକେଲା ଠାରେ ଆୟୋଜିତ ପ୍ରତିଯୋଗିତାରେ…