ମୁଖ୍ୟ ଖବର ଶନି ପୂଜା ବେଳେ ବଜ୍ରପାତ – ୬ ମହିଳା ଗୁରୁତର Angul OnlineMay 11, 2024May 11, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ବାଲିସାହି ଠାରେ ଶନିଦେବଙ୍କ ପୂଜା କରୁଥିବା ବେଳେ ବଜ୍ରପାତରେ ୬ ଜଣ ମହିଳା ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ , ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିଦେବଙ୍କର ପୂଜା କରାଯାଉଛି । ବଲାସିଂହା ଗ୍ରାମର ବାଲିସାହି ଅଞ୍ଚଳରେ ଏକ ଅଶ୍ବସ୍ତ ଗଛ ନିକଟରେ ଗାଁର ୩୦ ରୁ ଉର୍ଦ୍ଧ ମହିଳା ଶନିଦେବଙ୍କର ପୂଜା କରୁଥିଲେ । ତେବେ ଦିନ ପ୍ରାୟ ଦୁଇ ଘଟିକା ବେଳେ ଅନୁଗୁଳ ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା ଏବଂ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ବାଲିସାହିର ପୂଜା କରୁଥିବା ୬ ଜଣ ମହିଳା ଗୁରୁତର ହୋଇ ପଡି ଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରା ଯାଇଥିଲା । ଗୁରୁତର ମହିଳା ମାନେ ହେଲେ ଝରଣା ବାରିକ (୩୦),ସାଗରିକା ସାହୁ (୨୫),ଡଲି ସାହୁ (୨୫),ସସ୍ମିତା ବାରିକ (୩୦),ଚିଲୀ ସାହୁ (୩୫) ସୁମିତ୍ରା ଦାସ (୩୦) ବୋଲି ଜଣା ପଡିଛି । ସେମାନନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି । Advertisement
ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ – ସ୍ନାତକରେ ୨ ଓ ପିଜିରେ ୧୦ ନୂଆ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବପୁରାତନ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି…
ପୁଣି ଏକ ଦନ୍ତା ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟିଏ କିଲୋମିଟର ବ୍ୟବଧାନରେ ଏହି ହାତୀର…
ପ୍ରେମିକା ଘରେ ନିଜ ହାତ କାଟିଲା ପ୍ରେମିକ – ଚିକିତ୍ସାଧିନ ଅବସ୍ଥାରେ ମୃତ ଅନୁଗୁଳ – ପ୍ରେମିକାକୁ ପାଇବା ପାଇଁ ପ୍ରେମିକା ଘରକୁ ଗଲା ପ୍ରେମିକ , ହେଲେ ପ୍ରେମିକାଙ୍କ ପରିବାର ପକ୍ଷରୁ ସୀକୃତି ନ ମିଳିବାରୁ ଧାରୁଆ ଅସ୍ତ୍ରରେ ନିଜ…