ଆଞ୍ଚଳିକ ଚପଲ ଆଣିବାକୁ ଯାଇ କେନାଲରେ ବୁଡି ନାବାଳକ ମୃତ Angul OnlineJune 14, 2024June 14, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମର ଗାଁ ନିକଟ ଦେଇ ଯାଇଥିବା କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ତାଙ୍କ ପିଉସୀ ପୁଅ ଭାଇ ଗୁରୁତ୍ତର ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ଗୋତମରା ଗ୍ରାମର ବାସିନ୍ଦା ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪) ଓ ତାଙ୍କ ପିଉସୀ ପୁଅ ଭାଇ ସହିତ ଶୁକ୍ରବାର ସକାଳ ସମୟରେ ଡିପିଏସ ସ୍କୁଲ ନିକଟରେ ଥିବା ବାପାଙ୍କ ଇଟା ଫ୍ୟାକ୍ଟ୍ରି ଆଡେ ଯାଇଥିଲେ । ଗାଁ ନିକଟରେ ଥିବା କେନାଲ ହୁଡାରେ ଯାଉଥିବା ବେଳେ ଅସାବଧାନତା ବଶତଃ ସୌରଭଙ୍କ ଚପଲ କେନାଲରେ ପଡି ଯାଇଥିଲା l ଚପଲକୁ ଆଣିବାକୁ ଚେଷ୍ଟା କରି ସେ ପାଣିକୁ ପଡି ଯିବା ସହ ବୁଡି ଯାଇଥିଲେ l ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ପିଉସୀ ପୁଅ ଭାଇ ମଧ୍ୟ ପାଣିରେ ପଡି ଯାଇଥିଲେ l ତେବେ ତାଙ୍କ ପାଟି ଶୁଣି କିଛି ଦୂରରେ ଥିବା ବୁଢାପଙ୍କ ଗ୍ରାମର କିଛି ଲୋକ ଦୌଡ଼ିଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ l ତେବେ ପାଣି ଭିତରୁ ସୌରଭଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା l ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତକ ନାବାଳକଙ୍କୁ ବ୍ୟବଛେଦ ପାଇଁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ପଠାଇଛି l ସୌରଭ ପୁରୀରେ ଏକ ଆବାସିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ଛୁଟି ଯୋଗୁଁ ଘରକୁ ଆସିଥିଲେ l Advertisement
ଟ୍ରକ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା – ଜଣେ ମୃତ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଖେମଳା ଛକ ନିକଟରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା । ଏକ ଟ୍ରାକ୍ଟରକୁ ଟ୍ରକ ଧକ୍କା ଦେବା…
ଜିଲ୍ଲା ମାନ୍ୟତା ଦାବିରେ ଦାବିପତ୍ର ଅନୁଗୁଳ – ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି । ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଦାବି କରି ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କୁ…
ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ଅନୁଗୁଳ – ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା…