ଅପରାଧ ଘର ଗ୍ରୀଲ ତାଡି ଲୁଟିନେଲେ ଟଙ୍କା ଓ ସୁନା Angul OnlineJune 16, 2024June 16, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘମରା ଠାରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର କବାଟ ତାଡି ଦୁଇଟି ଆଲମୀରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ଓ ବହୁ ଆସବାଵ ପତ୍ର ଲୁଟିନେଇଛନ୍ତି । ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଘର ମାଲିକ ସୂଚନା ଦେଇଛନ୍ତି । ଘର ମାକିକ ମାନସ ବିଶ୍ୱାଳ ତାଙ୍କ ମାଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଯାଇଥିବାରୁ ଘରେ କେହି ନଥିବାର ସୁଯୋଗ ପାଇ କବାଟ ତାଡି ଘରେ ପସି ଟଙ୍କା ସୁନା ସହ ଆସବାବପତ୍ର ନେଇ ଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ କରି ଫେରି ଯାଇଥିଲା ବେଳେ ବାରମ୍ବାର ଚୋରି ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠେଇଛନ୍ତି । Advertisement
ପଥର ଖୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର – ତିନି ଶିକାରୀ ଗିରଫ କଣିହାଁ – ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ ଫାଶରେ ପଡ଼ି ଯୁବକ ମୃତ୍ଯୁ ଘଟଣାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି । ଗତ…
ଲକ୍ଷାଧିକ ଟଙ୍କା ସହ ମୋଟରସାଇକେଲ ନେଇ ଭଡାଟିଆ ଚମ୍ପଟ – ଥାନାରେ ଅଭିଯୋଗ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବଡ଼ଗୁଣ୍ଡରୀର କିଛି ଲୋକଙ୍କୁ ସେହି ଗାଁରେ ଭଡାରେ ରହୁଥିବା ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେବା ସହ…
ଗଞ୍ଜେଇ ସହ ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରା ଯାଇ ୨୨ କେଜି ଗଞ୍ଜେଇ ଜବତ କରା ଯାଇଥିବା ବେଳେ…