ମୁଖ୍ୟ ଖବର ସାଙ୍ଗର ଟ୍ରକ ଚାପାରେ ସାଙ୍ଗର ମୃତ୍ୟୁ – ହତ୍ୟା ଅଭିଯୋଗ ଆଣିଲେ ପରିବାର Angul OnlineJune 18, 2024June 18, 2024 ପାଲଲହଡା – ମଙ୍ଗଳବାର ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ କରଡ଼ାପାଳ ପଂଚାୟତ ଧାରିପଥର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ ବନ୍ଧୁ ତଥା ବାଲ୍ୟକାଳ ମକର (ସାଙ୍ଗ)କୁ ଗାଡି ଚପାଇ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଖବର ଅନୁଯାୟୀ କରଡ଼ାପାଳ ପଂଚାୟତ ବାଂଖୁଲ ଗ୍ରାମର ଟ୍ରକ ଡ୍ରାଇଭର ସନ୍ତୋଷ ମହନ୍ତ ରଜ ଛୁଟିରେ ଘରକୁ ଆସିଥିବା ବେଳେ ସେହି ଗ୍ରାମର ଚନ୍ଦନ ମହାକୁଳ ଏକ ମାସ ପୂର୍ବରୁ ଟ୍ରକ ଡ୍ରାଇଭର୍ ଚାକିରୀ ରୁ ଛୁଟି ରେ ଆସି ଗାଁ ରେ ଥିଲେ । ମଙ୍ଗଳବାର ସନ୍ତୋଷ ନିଜ ବାଲ୍ୟବନ୍ଧୁ ତଥା ମକର ଚନ୍ଦନ ସହିତ ଦିନ ତମାମ ମୋଟରସାଇକେଲରେ ବୁଲି ବୁଲି ମଦ୍ୟପାନ କରି ଗାଁରେ ବୁଲୁଥିବା ଗ୍ରାମବାସୀ ଏବଂ ପରିବାର ଲୋକ ମାନେ ଦେଖିବାକୁ ପାଇଥିଲେ । କିନ୍ତୁ ଅପରାହ୍ନ ୩ ଟା ସମୟରେ ଗାଁ ନିକଟ ରାସ୍ତା ଉପରେ ଚନ୍ଦନର କ୍ଷତାକ୍ତ ମୃତ ଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ ଏବଂ ପରିବାର ଲୋକ ଙ୍କୁ ଖବର ଦେଇଥିଲେ । ଅଭିଯୋଗ ଅନୁଯାଇ ସନ୍ତୋଷ ନିଜ ଟ୍ରକରେ ଗ୍ରାମ ପାଖରେ ଥିବା ଇଟା ଭାଟାରୁ ଇଟା ଲୋଡ଼ କରିବା ପାଇଁ ଚନ୍ଦନକୁ ଘରୁ ଭାଟାକୁ ଡାକି ନେଇଥିଲେ । ଚନ୍ଦନ ସନ୍ତୋଷ ସହିତ ଇଟା ଭାଟା ରେ ପହଂଚି ମଦ ପିଇବା ଲୋକମାନେ ଦେଖିବାକୁ ପାଇଥିଲେ । ତେବେ ଅପରାହ୍ନରେ ଚନ୍ଦନଙ୍କ ମୃତଦେହ ମିଳିଥିଲା । ସେପଟେ ଇଟା ଭାଟାରେ ମୋଟରସାଇକେଲ ଓ ଇଟା ଭାଟା ଅପର ପାର୍ଶ୍ୱ ଜଙ୍ଗଲରେ ଟ୍ରକ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାଇ କିଛି ମାସ ପୂର୍ବରୁ ସନ୍ତୋଷର ସମ୍ପର୍କୀୟ ଭଉଣୀକୁ ଭଲ ପାଇ ଚନ୍ଦନ ଘରୁ ନେଇ ପଳାଇ ଥିଲା । ପରେ ଆପୋଷ ବୁଝାମଣା ହୋଇ ସମାଧାନ ହୋଇଥିଲା । ସେପଟେ ଅନ୍ୟ କିଛି ଲୋକ ସନ୍ତୋଷର ସ୍ତ୍ରୀ ଙ୍କ ସହିତ ଚନ୍ଦନର ଅନ୍ୱେତିକ ସମ୍ପର୍କ ଥିବା ଯୋଗୁଁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି । ପରିବାର ଲୋକ ଓ ଗ୍ରାମବାସୀ ଶବ ନ ଛାଡି ଧାରଣାରେ ବସିଥିବା ବେଳେ ଘଟଣା ସ୍ଥଳରେ ପାଲଲହଡା ଥାନା ଅଧିକାରୀ ପାରାଓ ଟୁଡୁ ଓ ବିଡିଓ ଦିଲ୍ଲୀପ ବାରା ପହଂଚି ବୁଝାସୁଝା କରୁଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଗ୍ରାମବାସୀ ଜିଦରେ ଅଟଳ ଅଛନ୍ତି । Advertisement
ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ଡାକ୍ତରଙ୍କ ମୃତ୍ୟୁ – ଘଟଣାରେ ପୁଲିସକୁ ଦାୟୀ କରି ଏସ.ପି.ଙ୍କ ବଦଳି ଦାବି ଅନୁଗୁଳ – ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ମୃତ୍ୟୁ ହୋଇ ଯାଇଛି । ବିଳମ୍ବିତ ରାତିରେ…
ଲୋକାର୍ପିତ ହେଲା ବ୍ଲାକ ଡାଇମଣ୍ଡ ଅନୁଗୁଳ – ଅନେକ ଦିନର ଅପେକ୍ଷା ପରେ ଅନୁଗୁଳର ବ୍ଲାକ ଡାଇମଣ୍ଡ ଆଜି ଲୋକାର୍ପିତ ହୋଇ ଯାଇଛି । ଆଜି ମୁଖ୍ଯମନ୍ତ୍ରୀ ନବିନ ପଟ୍ଟନାୟକ ତାଳଚେର ଠାରେ…
୧ ତାରିଖରୁ ଚାଲିବ ମେମୁ ଟ୍ରେନ୍ – ଏସ୍.ୟୁ.ସି.ଆଇ ଦାବି ଆଗରେ ନଇଁଲା ରେଳ ବିଭାଗ ଅନୁଗୁଳ – ୧ ଜାନୁୟାରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ମେମୁ ଟ୍ରେନ ଅନୁଗୁଳରୁ ଚଳାଚଳ କରିବ । ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ଚାଲିବା ପରେ…