ମୁଖ୍ୟ ଖବର ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! Angul OnlineJune 19, 2024June 19, 2024 ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି । ସୂଚନା ଅନୁସାରେ , ଜରାସିଂହା ପୁରୁଣାସାହିର ବଲେହି ନାଏକଙ୍କ ପୁଅ ଗଦା ନାଏକ ଗାଁ ପାଖରେ ଥିବା ରାଇସ୍ ମିଲ୍ ରେ କାର୍ଯ୍ୟ କରନ୍ତି । ପ୍ରତ୍ୟକ ଦିନ ଘର ବାହାର ପଟରେ ଶୋଇବାକୁ ଆସନ୍ତି । ଗତ କାଲି ଗାଁ ଆଡୁ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ବଡ଼ ଭାଇ ବିରଞ୍ଚିଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଯୁକ୍ତିତର୍କ ହୋଇଥିଲା । ତେବେ ପରେ ଦୁହେଁ ଦୁହିଁଙ୍କ ଘରକୁ ଯାଇ ଖାଇ ସାରି ଶୋଇ ବାକୁ ଯାଇଥିଲେ । ସକାଳୁ ଉଠିଲା ଦେଖିଲା ବେଳକୁ ଗଦା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୋଇଛନ୍ତି। ଏହା ଦେଖି ଗଦା ଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ଘର ପାଖ ଲୋକ ଆସି ଦେଖିଲା ବେଳକୁ ଗଦା ଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ସଦର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ବିରଞ୍ଚି ଟାଙ୍ଗିଆରେ ହାଣି ଗଦାଙ୍କୁ ହତ୍ୟା କରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । Advertisement
ପ୍ରତିରକ୍ଷା ସଂଗଠନ ପକ୍ଷରୁ ମକ୍ ଡ୍ରିଲ୍ ତାଳଚେର – ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।…
ଯୁବକଙ୍କ ଉନ୍ମତ କାଣ୍ଡ – ମହିଳା ପୋଲିସ ଏସ.ଆଇ.ଙ୍କ ମୁଣ୍ଡ ଫଟାଫ ଦେଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଚନ୍ଦନ ଯାତ୍ରାରେ ଯୁବକଙ୍କ ଉନ୍ମତ କାଣ୍ଡ l ଯୁବକଙ୍କ ମାଡ଼ରେ ଛେଣ୍ଡିପଦା ଥାନା ମହିଳା ପୁଲିସ ଏସଆଇ ଶୁଭଲଷ୍ମୀ ସିଂ…
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ…