ମୁଖ୍ୟ ଖବର ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ Angul OnlineJuly 10, 2024July 10, 2024 ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ । ଅନୁଗୁଳ ଜିଲ୍ଲାର ଜଣେ ଥାନା ଅଧିକାରୀଙ୍କୁ ଏମିତି ଅଶ୍ଳୀଳ ଭାଷାରେ ଗାଳିର ଏକ ଅଡିଓ କ୍ଲିପିଂ ଏବେ ଭାଇରାଲ ହେବାରେ ଲାଗିଛି । ଥାନା ଅଧିକାରୀ କିଛି କହୁ ନ ଥିଲାବେଳେ ଯୁବକ ଜଣଙ୍କ ଅତି ଖରାପ ଭାଷାରେ ତାଙ୍କୁ ଗାଳିମନ୍ଦ କରୁଛନ୍ତି । ସୂଚନା ଅନୁସାରେ, ଅନୁଗୁଳ ସହରର ଜଣେ ଯୁବକଙ୍କୁ ଏକ ଥାନାର ପୁଲିସ ଅଧିକାରୀମାନେ ପଚରାଉଚରା ପାଇଁ ନେଇଥିଲେ । ପରେ ତାଙ୍କୁ ଥାନାରୁ ଛାଡ଼ି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଯୁବକ ଜଣଙ୍କ ଥାନା ଅଧିକାରୀଙ୍କୁ ଗାଳି କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କୁ ଥାନାରୁ ହଟାଇଦେବା ପାଇଁ ଧମକ ଦେଉଛନ୍ତି । କିଛି ନେତାଙ୍କ ନାଁ ନେଇ ଗାଳି କରିବା ସହ ତାଙ୍କୁ ଥାନାକୁ କାହିଁକି ନେଇଥିଲେ ବୋଲି ପ୍ରଶ୍ନ କରୁଛନ୍ତି । ଥାନା ଅଧିକାରୀ ଜଣଙ୍କ ଅତି ଭଦ୍ର ଭାଷାରେ କଥା ହେଉଥିଲା ବେଳେ ଏହି ଯୁବକ ଜଣଙ୍କ ବିଲ୍କୁଲ ଶୁଣିବା ଅବସ୍ଥାରେ ନାହାନ୍ତି । ଏପରିକି ତାଙ୍କ ଘରକୁ ଆସି ଭୁଲ ମାଗିବାକୁ ବାଧ୍ୟ କରୁଛନ୍ତି । ନ ହେଲେ ପରେ ପିଟିବେ, ମାରିବେ ,ଚାକିରି ଖାଇଦେବେ ବୋଲି ଧମକାଉଛନ୍ତି । ଯୁବକଜଣଙ୍କ ଏମିତି ଗାଳି କରୁଥିବା ଅଡିଓ ଏବେ ଭାଇରାଲ ହେଉଥିଲା ବେଳେ ଏନେଇ ଥାନାରେ କୌଣସି ମାମଲା ହୋଇ ନଥିବା ଜଣାପଡ଼ିଛି । Advertisement
ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା…
କୂଅ ଭିତରେ ପଡିଲା ହାତୀ – ୮ ଘଣ୍ଟା ପରେ ହେଲା ଉଦ୍ଧାର ଅନୁଗୁଳ – ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁ ର ଏକ କୂଅରେ ଏକ ମାଈ ହାତୀ ରାତି ପ୍ରାୟ ୨ଟା ବେଳେ ପଡିଥିବା ୮…
ବାହାଘର ପାଇଁ ନାରାଜ ହେବାରୁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ଅନୁଗୁଳ – ଅନୁଗୁଳ ଜିଲ୍ଲା କଣଲୋଇ ଗାଁରେ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା । ଗତ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ…