ଆମ ଓଡିଶା ଭକ୍ତିମୟ ପରିବେଶରେ ଡୁବିଲା ଜିନ୍ଦଲ ନଗର Angul OnlineJuly 15, 2024July 15, 2024 ଅନୁଗୁଳ- ଦେବଭୂମି ରେ ବାହୁଡ଼ା ଯାତ୍ରା ଆଧ୍ୟାତ୍ମିକ ଏବଂ ଭକ୍ତିପୂର୍ଣ୍ଣ ପରିବେଶରେ ହଜାର ହଜାର ଶ୍ରଦ୍ଧାଳୁ ସମାବେଶରେ ସମ୍ପନ୍ନ ହୋଇଛି। ଏ ଅବସରରେ ଶ୍ରୀ ଜିଉ ମାନେ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ସକାଳ ବେଳା କୁରୁକ୍ଷେତ୍ର ସଂସଦୀୟ କ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏବଂ ତାଙ୍କ ଧର୍ମପତ୍ନୀ ତଥା ଜେ ଏସ ପି ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ ସମ୍ପୂର୍ଣ୍ଣ ସମର୍ପଣ ଭାବ ସହ ପହଣ୍ଡି ବିଧି ଏବଂ ଛେରା ପହଁରା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ନବୀନ ଜିନ୍ଦଲ ଏବଂ ଶ୍ରୀମତୀ ଶାଲୁ ଜିନ୍ଦଲ ପୁଷ୍ପ ଏବଂ ଜଳ ସିଞ୍ଚନ କରି ତିନି ରଥକୁ ଶୋଧନ କରିଥିଲେ। ଏଥିପୂର୍ବରୁ ବଡି ଭୋର ପାଞ୍ଚଟା ସମୟରେ ମନ୍ଦିରର ଦ୍ଵାର ଫିଟା ପରେ ମଙ୍ଗଳ ଆରତୀ,ମଇଲମ୍,ତଡ଼ପ ଲାଗି,ଅବକାଶ ନୀତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ଜି ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ବାହୁଡ଼ା ଯାତ୍ରା ଅବସରରେ ଜିନ୍ଦଲ ନଗର ବାସିନ୍ଦା ଙ୍କ ସମେତ ଆଖ ପାଖ ଗ୍ରାମ ଗୁଡ଼ିକରୁ ବହୁ ଶ୍ରଦ୍ଧାଳୁ ଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଭକ୍ତମାନେ ଶ୍ରୀ ଜଗନ୍ନାଥ,ଭଉଣୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ର ଙ୍କ ରଥ ଗୁଡ଼ିକୁ ଉତ୍ସାହ ଉଦ୍ଦୀପନାର ସହ ଟାଣି ଥିଲେ। ଶ୍ରୀଜୀଉମାନେ ହରିଶୟନ ଏକାଦଶୀ,ଏବଂ ସୁନାବେଶ ରେ ବୁଧବାର ଦିନ ଭକ୍ତ ମାନଙ୍କୁ ଦେଖାଦେବେ। ଗୁରୁବାର ଦିନ ଅଧରପଣା ପରେ ଶୁକ୍ରବାର ଦିନ ଶ୍ରୀଜୀଉ ମାନେ ରତ୍ନ ସିଂହାସନ ରେ ବିଜେ କରିବେ । Advertisement
ସିଙ୍ଗରାଣୀ କମ୍ପାନୀର ଖଣି କାର୍ଯ୍ୟ ଆରମ୍ଭ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଧିନସ୍ତ ନୟନୀ କୋଲ ବ୍ଲକର ପ୍ରସ୍ତାବିତ କୋଇଲା ଖଣି ଅଞ୍ଚଳରେ ଆଜି (ବୁଧବାର) ଭୂମି ପୂଜନ କରି ଖନନ କାର୍ଯ୍ୟ…
ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ – ବରଖାସ୍ତ ହେଲେ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ଭୁବନେଶ୍ଵର – ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ…
ବଦଳିଲେ ୫ ବିଡିଓ ଅନୁଗୁଳ – ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀଯ ଜଳ ବିଭାଗ ପକ୍ଷରୁ ଓ.ଏ.ଏସ. ସ୍ତରରେ ଅଦଳବଦଳ ହୋଇଛି । ଏ ନେଇ ଏକ ନିର୍ଦେଶନାମା ଜାରି…