ବାଣିଜ୍ୟ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟରର ବଜାର ପ୍ରବେଶ Angul OnlineJuly 17, 2024July 17, 2024 ଅନୁଗୁଳ – ଅନୁଗୁଳ ପାର୍ବତୀ ହିରୋରେ ହିରୋ କମ୍ପାନୀର ବ୍ଯାଟେରୀ ଚାଳିତ ସ୍କୁଟର VIDA (ଭିଡା) ଏବଂ 440 ଶିଶି ଇଞ୍ଜିନ ଥିବା ମୋଟରସାଇକେଲ “ମାଭରିକ”ର ବଜାର ପ୍ରବେଶ ହୋଇଛି । “ଭିଡା” ଭି 1 ପ୍ଲସ ଏବଂ “ଭିଡା” ଭି-1 ପ୍ରୋ ଦୁଇଟି ମଡ଼େଲର ବ୍ଯାଟେରୀ ଚାଳିତ ସ୍କୁଟର ହିରୋ କମ୍ପାନୀ ଦ୍ଵାରା ବିକ୍ରୟ ଆରମ୍ଭ ହୋଇଛି । ଏହି ବ୍ଯାଟେରୀ ଚାଳିତ ସ୍କୁଟରକୁ ଥରେ ଚାର୍ଜ କାଲେ ୧୧୦ କିମି ଡ଼ଓ ୧୬୫ କିମି ପର୍ଯ୍ୟନ୍ତ ଯାଇ ପାରିବ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଛି । ଗାଡି ଉପରେ ୫ ବର୍ଷ ୱାରେଣ୍ଟି ଥିବବା ବେଳେ ବ୍ଯାଟେରୀ ଉପରେ ୩ ବର୍ଷ ୱାରେଣ୍ଟି ରହିଛି । ସୁନ୍ଦର ଡିଜାଇନ ଓ ବିଭିନ୍ନ ରଙ୍ଗରେ ଏହି ବ୍ଯାଟେରୀ ଚାଳିତ ସ୍କୁଟର ଉପଲବଧ ଥିବା ବେଳେ ମାତ୍ର ୨୫୦୦୦ ଟଙ୍କା ଡାଉନପେମେଣ୍ଟ ସାଙ୍ଗକୁ ମାତ୍ର ୮.୯୯ %ସୁଧାର ସହଜ କିସ୍ତିର ବ୍ୟବସ୍ଥା ମଧ୍ୟ ରହିଛି । ସ୍କୁଟର ଗୁଡିକର ଦାମ ୯୫ ହଜାରରୁ ଆରମ୍ଭ ହେଉଥିବା ବେଳେ ସମସ୍ତ ରଙ୍ଗର ଗାଡି ବର୍ତ୍ତମାନ ସୋ ରୁମରେ ରହିଛି । ସେହିପରି ୪୪୦ ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଥାଇ ମୋଟରସାଇକେଲ “ମାଭରିକ”ର ମଧ୍ୟ ବଜାର ପ୍ରବେଶ ହୋଇଛି । ୨,୧୪,୦୦୦ ଟଙ୍କାରୁ ଆରମ୍ଭ ହେଉଥିବା ଏହି ମୋଟରସାଇକେଲ ମଧ୍ୟ ୩୫ ହଜାର ଟଙ୍କା ଡାଉନପେମେଣ୍ଟ ସହ ସହଜ କିସ୍ତିରେ ମିଳି ପାରିବ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବା ଏହି ଗାଡି ଭଲ ଡିଜାଇନ ଆଉ ବିଭିନ୍ନ ରଙ୍ଗରେ ଉପଲବଧ ଥିବା ବେଳେ ଗ୍ରାହକଙ୍କ ଦ୍ଵାରା ବେଶ ଆଦୃତ ହେବାର ଲାଗିଛି । ପାର୍ବତୀ ହିରୋରେ ଆଜି ଏହି ବଜାର ପ୍ରବେଶ ବେଳେ ପାର୍ବତୀ ମୋଟରସର ଏମ ଡି ଅଶୋକ ମାଣ୍ଡୋଠିଆ , ହିରୋର ଓଡିଶା ଏରିଆ ମ୍ୟାନେଜର ଇଜ୍ଜ୍ଵଳ କୋହଲି , ହିରୋର ଟି ଏସ ଏମ ସୌରଭ ନନ୍ଦ ସମେତ ସମସ୍ତ ଷ୍ଟାଫ ଓ ଅନୁଗୁଳର ଅନେକ ଗ୍ରାହକ ଉପସ୍ଥିତ ଥିଲେ । Advertisement
ଦିନିକିଆ ଗସ୍ତରେ କୋଲ ଇଣ୍ଡିଆ ଚେୟାରମ୍ୟାନ ତାଳଚେର – କୋଲ ଇଣ୍ଡିଆ ଚେୟାରମ୍ୟାନ ପ୍ରମୋଦ ଅଗ୍ରୱାଲ ଦିନିକିଆ ତାଳଚେର ଗସ୍ତରେ ଆସି ଏମ.ସି.ଏଲ.ର ଲିଙ୍ଗରାଜ ଓ ଭୁବନେଶ୍ଵରୀ କୋଇଲାଖଣି ବୁଲି ଦେଖିଥିଲେ । ପରେ…
ଜେଏସପିଏଲ ପକ୍ଷରୁ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ପ୍ରାଥମିକ ଚକ୍ଷୁ ଚିକିତ୍ସା ସେବାର ଶୁଭାରମ୍ଭ ଅନୁଗୁଳ – ଭାରତର ପ୍ରମୁଖ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର (ଜେଏସପିଏଲ) ଅନୁଗୁଳ ସ୍ଥିତ ସମନ୍ଵିତ ଇସ୍ପାତ ପ୍ଳାଣ୍ଟ ପକ୍ଷରୁ ଟ୍ରକ ଚାଳକମାନଙ୍କ…
ପବିତ୍ର ଧନତେରସ ଏବଂ ଦୀପାବଳିରେ ଲକ୍ଷ୍ମୀ ହୋଣ୍ଡା ତରଫରୁ Scratch & Win Offer ଅନୁଗୁଳ – Honda Motorcycle & Scooter India ର ଅଧିକୃତ ବିକ୍ରେତା Laxmi Honda ଠାରେ ପବିତ୍ର ଧନତେରସ ଏବଂ ଦୀପାବଳି ଅବସରରେ scratch &…