ରାଜନୀତି ବ୍ରଜ ଓ ନଲିନୀଙ୍କୁ ନବୀନ ଦେଲେ ଗୁରୁଦାୟିତ୍ଵ Angul OnlineJuly 18, 2024July 18, 2024 ଭୁବନେଶ୍ୱର – ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ଦଳର ବିଧାୟକ ମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି । ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି ତାହା ଉପରେ ନିଘା ରଖିବାକୁ କୁହାଯାଇଛି । ଏହା ଦେଖିବା ପରେ ନୂଆ ତରିକାରେ ବିଜେଡ଼ି ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି ବୋଲି ସ୍ପଷ୍ଟ ବାରି ହେଉଛି । ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ଜିତିଥିବା ଦୁଇ ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ନଲିନୀ ପ୍ରଧାନଙ୍କୁ ମଧ୍ୟ ଦାୟିତ୍ଵ ଦେଇଛନ୍ତି ନବୀନ । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଭାଗ ଉପରେ ନଜର ରଖିବାକୁ କୁହା ଯାଇଛି । ବିଧାନସଭାରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟନାୟକ ଯୋଜନା କରିଥିବା ବେଳେ ଓଡିଶା ବାସୀଙ୍କ ସ୍ୱରକୁ ବିଧାନସଭା ରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତା ଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ଏହି ବିଜେଡି ବିଧାୟକ । କାହାକୁ କେଉଁ ଦାୟିତ୍ଵ — ରଣେନ୍ଦ୍ର ପ୍ରତାପ ସ୍ୱାଇଁ : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ପ୍ରମିଳା ମଲ୍ଲିକ : ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର ବଦ୍ରି ନାରାୟଣ ପାତ୍ର : ମହିଳା ଓ ଶିଶୁ ବିକାଶ ବିଭାଗ ନିରଞ୍ଜନ ପୂଜାରୀ : ଗୃହ ଓ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଶ୍ୱିନୀ କୁମାର ପାତ୍ର : ହସ୍ତତନ୍ତ ଓ ବୟନଶିଳ୍ପ ପ୍ରତାପ କେଶରୀ ଦେବ : ସାଧାରଣ ପ୍ରଶାସନ ଓ ଅଭିଯୋଗ ଶୁଣାଣୀ ଅରୁଣ କୁମାର ସାହୁ : ଜଳସମ୍ପଦ ସାରଦା ପ୍ରସାଦ ନାୟକ : ଶିଳ୍ପ ପ୍ରସନ୍ନ ଆଚାର୍ଯ୍ୟ : ଅର୍ଥ ଓ ସାଧାରଣ ଉଦ୍ୟୋଗ ବ୍ରଜ କିଶୋର ପ୍ରଧାନ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜେନ୍ଦ୍ର ଢୋଲକିଆ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନୋହର ରାନ୍ଧାରୀ ଓ ଯୋଗେଶ ସିଂହ : ଆଦିବାସୀ ବ୍ୟାପାର ବ୍ୟୋମକେଶ ରାୟ : ପୂର୍ତ୍ତ ଦିବ୍ୟଶଙ୍କର ମିଶ୍ର : ଶକ୍ତି ଗଣେଶ୍ୱର ବେହେରା : ଇସ୍ପାତ ଓ ଖଣି ବର୍ଷା ସିଂ ବରିହା : ମିଶନ ଶକ୍ତି ସନାତନ ମହାକୁଡ଼ : କୃଷି ଓ କୃଷକ ସଶକ୍ତିକରଣ ସଂଜୀବ ମଲ୍ଲିକ : ଏମଏମଏମଇ କଳିକେଶ ନାରାୟଣ ସିଂହଦେଓ : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧିରାଜ ମୋହନ ପାଣିଗ୍ରାହୀ : ଆଇନ୍ ପ୍ରଦୀପ କୁମାର ଦିଶାରୀ : ଏସସି ବ୍ୟାପାର ଚକ୍ରମଣି କହଁର : ଏସଟି ବ୍ୟାପାର ଦେବୀ ରଞ୍ଜନ ତ୍ରିପାଠୀ : ଗ୍ରାମ୍ୟ ଉନ୍ନୟନ ସୌଭିକ ବିଶ୍ୱାଳ : ଏସଏସଇପିଡ଼ି ପ୍ରଶାନ୍ତ ବେହେରା : ଅବକାରୀ ଧ୍ରୁବଚରଣ ସାହୁ : ପର୍ଯ୍ୟଟନ ତୁଷାରକାନ୍ତି ବେହେରା : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଅନନ୍ତ ନାରାୟଣ ଜେନା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁଶାନ୍ତ କୁମାର ରାଉତ : କ୍ରୀଡ଼ା ଓ ଯୁବ ବ୍ୟାପାର ବିଭୂତି ଭୂଷଣ ବଳବନ୍ତରାୟ : ବାଣିଜ୍ୟ ଓ ପରିବହନ ରମେଶ ଚନ୍ଦ୍ର ବେହେରା : ଉଚ୍ଚଶିକ୍ଷା ରୋହିତ ଯୋଶେଫ ତିର୍କୀ : ସଂଖ୍ୟାଲଘୁ ବ୍ୟାପାର ସୁଦର୍ଶନ ହରିପାଲ୍ : ହସ୍ତତନ୍ତ ରୋମାଂଚ ରଞ୍ଜନ ବିଶ୍ୱାଳ : ଯୋଜନା ଓ ସଂଯୋଜନା ଅଭିମନ୍ୟୁ ସେଠୀ : ପୂର୍ତ୍ତ ଗୌତମବୁଦ୍ଧ ଦାସ : ସୂଚନା ଓ ପ୍ରସାରଣ ବିଭାଗ ସୁବାସିନୀ ଜେନା : ମତ୍ସ୍ୟ ଓ ପଶୁ ସମ୍ପଦ ମାଧବ ଧଡ଼ା : ବିଜ୍ଞାନ ଓ କାରିଗରୀ ବିଶ୍ୱରଞ୍ଜନ ମଲ୍ଲିକ : ଶ୍ରମ ଓ ଇଏସଆଇ ସୁଜାତା ସାହୁ : ମିଶନ ଶକ୍ତି ନଳିନୀକାନ୍ତ ପ୍ରଧାନ : ଗୃହ ଓ ନଗର ଉନ୍ନୟନ ବିଭାଗ ମନୋରମା ମହାନ୍ତି : ମହିଳା ଓ ଶିଶୁ ବିକାଶ ଅରବିନ୍ଦ ମହାପାତ୍ର : ଆଇଟି ରମାକାନ୍ତ ଭୋଇ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସାରଦା ପ୍ରସାଦ ଜେନା : ସମବାୟ ସୁନୀଲ କୁମାର ମହାନ୍ତି : ପର୍ଯ୍ୟଟନ ନବ କିଶୋର ମଲ୍ଲିକ : ଗ୍ରାମ୍ୟ ଉନ୍ନୟନ ପ୍ରଦୀପ କୁମାର ସାହୁ : ଗୃହ ଓ ନଗର ଉନ୍ନୟନ ରୂପେଶ କୁମାର ପାଣିଗ୍ରାହୀ : ବିଦ୍ୟାଳୟ ଓ ଗଣଶିକ୍ଷା Advertisement
ଆସନ୍ତାକାଲି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ – ଦଶନ୍ଧି ପରେ ଜିଲ୍ଲାକୁ ମିଳିବ ଗୁରୁତ୍ୱ !! ଅନୁଗୋଳ – ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବ । ଲୋକସେବା ଭବନର କନଭେନସନ ସେଣ୍ଟରରେ ପୂର୍ବାହ୍ମରେ ଶପଥ ଉତ୍ସବ ଅନୁଷ୍ଠିତ ହେବ । ନୂଆ ମନ୍ତ୍ରୀଙ୍କୁ…
ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ଉଷା ଓ ଜଗନ୍ନାଥ ବିଜୟୀ ଅନୁଗୋଳ – ଅନୁଗୋଳ ଜିଲ୍ଲା ଯୋଜନା କମିଟିରେ ସଦସ୍ୟ ଭାବେ ତାଳଚେର ପୌର ପରିଷଦ ୨ ନମ୍ବର ଓ ୪ ନମ୍ବର କାଉନ୍ସିଲର ନିର୍ବାଚିତ ହୋଇଛନ୍ତି…
ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ କୋଟି ଟଙ୍କା ମଞ୍ଜୁର – ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବିଜେଡ଼ି ଅନୁଗୁଳ – ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ ତାଙ୍କ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାର ସମସ୍ତ ବିଧାୟକ । ବିନା ବିସ୍ଥାପନରେ ସୀମିତ…