ଅପରାଧ କୁରକୁରେ ଆଳରେ ୫ ବର୍ଷ ନାବାଳିକା ସହ ଦୁଷ୍କର୍ମ କଲା ସମ୍ପର୍କୀୟ କକା Angul OnlineJuly 21, 2024July 21, 2024 ପାଲଲହଡା – ଅନୁଗୁଳ ଜିଲା ପାଲଲହଡା ଥାନା ଅଞ୍ଚଳରେ ଜଣେ ୫ ବର୍ଷ ର ନାବାଳିକାକୁ ନିଜ ସମ୍ପର୍କୀୟ କକା ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଦୟ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ନାବାଳିକା ଝିଆରୀକୁ ଘରେ ଏକା ପାଇ ପାଖ ଦୋକାନରୁ କୁରକୁରେ ଖାଇବାକୁ କହି ନିଜ ସହିତ ନେଇଯାଇଥିଲେ । ପରେ ଗାଁ ମୁଣ୍ଡରେ ଥିବା ଅଙ୍ଗନବାଡି ଘରେ ଉକ୍ତ ନାବାଳିକା ଝିଆରୀଙ୍କ ସହ ଦୁଷ୍କର୍ମ କରିଥିଲା । ଦୀର୍ଘ ସମୟ ପରେ ଝିଅ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିବା ପରେ ଅଙ୍ଗନବାଡି ଘର ନିକଟରୁ ଉଦ୍ଧାର କରିଥିଲେ । ଝିଅ ଠାରୁ ସବୁ କଥା ଶୁଣିବା ପରେ ପରିବାର ପକ୍ଷରୁ ଅଭିଯୁକ୍ତ ଉଦୟଙ୍କ ବିରୁଦ୍ଧରେ ପାଲଲହଡା ଥାନାରେ ଏତଲା ଦିଆଯାଇଥିଲା । ଉକ୍ତ ଏତଲା ଆଧାରରେ ପୂଲିସ ଅଭିଯୁକ୍ତ ଉଦୟକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । Advertisement
ମହିଳାଙ୍କୁ ଠକି ଜଣେ ଗିରଫ ଅନୁଗୁଳ – ଜଣେ ମହିଳାଙ୍କ ଠାରୁ ଟଙ୍କା ଠକି ନେବା ଅଭୋଯୋଗରେ ଅନୁଗୁଳ ପୁଲିସ ଉପେନ୍ଦ୍ର ରାଉତ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…
ଉପହାର ପାଇବା ଲୋଭରେ ହରାଇଲେ ଲକ୍ଷେ ଟଙ୍କା ଅନୁଗୁଳ – ସାଇବର ଠକେଇ ନେଇ ପୁଲିସ ପକ୍ଷରୁ ସଚେତନ କରା ଯାଉଛି । ଏହି ସଚେତନତା ସପ୍ତାହ ଭିତରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ଉପହାର…
ଚାରି ଡକାୟତ ଗିରଫ – ହାତବୋମା ସହ ମାରଣାସ୍ତ୍ର ଜବତ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ଡକାୟତି ଯୋଜନା କରୁଥିବା ଗ୍ୟାଙ୍ଗର ୪ ସଦସ୍ୟ । ସୂଚନା ଅନୁଯାୟୀ ଗତକାଲି ରାତିରେ ଅନୁଗୁଳ ପୋଲିସ ପକ୍ଷରୁ ହୁଲୁରିସିଂହା…