ମୁଖ୍ୟ ଖବର ଦୁଇ ଲାଞ୍ଚୁଆ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ Angul OnlineJuly 26, 2024July 26, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଡା ତହସିଲରେ ପୂର୍ବରୁ କାର୍ଯ୍ୟ କରୁଥିବା ରିଟାୟର୍ଡ ସିନିୟର କ୍ଳର୍କ ନିରଞ୍ଜନ ଦେହୁରି ଓ ଅନୁଗୁଳ କଲେକ୍ଟର ଅଫିସରେ ସିନିୟର କ୍ଳର୍କ ଥିବା ଲମ୍ବୋଦର ବେହେରା ଛେଣ୍ଡିପଦା ତହସିଲ ଅଫିସରେ କାର୍ଯ୍ୟ କରୁଥିବା ବେଳେ ଏକ ମ୍ୟୁଟେସନ୍ କେସ୍ ର ଚୂଡାନ୍ତକରଣ ଏବଂ ପଟା ହସ୍ତାନ୍ତର ପାଇଁଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏହାର ବିଚାର କରି ମାନ୍ୟବର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । Advertisement
ଟ୍ରକ ଧକ୍କାରେ ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ…
କରୋନା ନେଲା ଯୋଦ୍ଧାଙ୍କ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର କରୋନା ଆଉ ଜଣେ ଯୋଦ୍ଧାଙ୍କ ଜୀବନ ନେଇଛି । ମୃତକ ଜଣଙ୍କ ହେଲେ ଅନୁଗୁଳ ରିଜର୍ଭ କାର୍ଯ୍ୟାଳୟରେ କନେଷ୍ଟବଳ ଭାବେ କାର୍ଯ୍ୟରତ…
ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ତାଳଚେର – ଅନୁଗୁଳ ତାଳଚେର ବିଜୁ ପଟ୍ଟନାୟକ ପ୍ରଶିକ୍ଷକ ତାଲିମ ଅନୁଷ୍ଠାନରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଆସିଛି । ପ୍ରଶିକ୍ଷକ ତାଲିମ ଅନୁଷ୍ଠାନର କେନ୍ଦ୍ର ପରିଚାଳକ ଫାଲଗୁନି…