ମୁଖ୍ୟ ଖବର ଦୁଇ ଲାଞ୍ଚୁଆ କିରାଣୀଙ୍କୁ ଦୁଇ ବର୍ଷ କାରାଦଣ୍ଡ Angul OnlineJuly 26, 2024July 26, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ କିରାଣୀ ଲାଞ୍ଚ ନେବା ମାମଲାରେ ଦୋଷୀ ସାବସ୍ତ ହୋଇଥିବା ବେଳେ ଭିଜିଲାନ୍ସ କୋର୍ଟ ସେମାନଙ୍କୁ ଦୁଇବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଡା ତହସିଲରେ ପୂର୍ବରୁ କାର୍ଯ୍ୟ କରୁଥିବା ରିଟାୟର୍ଡ ସିନିୟର କ୍ଳର୍କ ନିରଞ୍ଜନ ଦେହୁରି ଓ ଅନୁଗୁଳ କଲେକ୍ଟର ଅଫିସରେ ସିନିୟର କ୍ଳର୍କ ଥିବା ଲମ୍ବୋଦର ବେହେରା ଛେଣ୍ଡିପଦା ତହସିଲ ଅଫିସରେ କାର୍ଯ୍ୟ କରୁଥିବା ବେଳେ ଏକ ମ୍ୟୁଟେସନ୍ କେସ୍ ର ଚୂଡାନ୍ତକରଣ ଏବଂ ପଟା ହସ୍ତାନ୍ତର ପାଇଁଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏହାର ବିଚାର କରି ମାନ୍ୟବର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ଦୁଇ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । Advertisement
ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ ଅନୁଗୁଳ – ଆଇରନ ବଟିକା ଖାଇ ୯ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଛେଳିଆପଡା ପଞ୍ଚାୟତ ନୂଆଁଗାଁ ପ୍ରାଥମିକ…
ମୋଟରସାଇକେଲକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ବଲେରୋ ଛେଣ୍ଡିପଦା – ଅନୁଗୋଳ-ଦେବଗଡ ଜିଲ୍ଲା ସୀମାନ୍ତ ଟିକିରା ପୋଲ ନିକଟରେ ଏକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଏକ ମୋଟରସାଇକେଲକୁ ଧକ୍କା ଦେଇ ଏକ…
ଦୁଇ ମୋଟରସାଇକେଲ ଧକ୍କା – ବସ ଚକ ତଳେ ପଡି ଜଣେ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର ଫୁଲଝରୀ ଛକ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ଧକ୍କା ହେବା ସହିତ ଏକ ଯାତ୍ରୀବାହି ବସରେ…