ମୁଖ୍ୟ ଖବର ଦୁର୍ଘଟଣାରେ ଦୁଇ ମୃତ Angul OnlineJuly 31, 2024July 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ତୁବେଠାରେ ଏକ ମୋଟରସାଇକେଲକୁ ଟ୍ରକ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଛେଣ୍ଡିପଦା କୋରଡ଼ା ଗାଁର ସାଗର ବେହେରା । ସେ ଏକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଯାଉଥିବା ବେଳେ ଅନୁଗୁଳ ପଟରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସାଗରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଜରପଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ସେହିପରି ବଇଣ୍ଡା ଲୁହାମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଦୁର୍ଗାପୁର ଗ୍ରାମ ର ସୁବ୍ରତ ବେହେରା ବୋଲି ଜଣା ପଡିଛି । Advertisement
ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ସନ୍ଦେହ ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଜରପଡା ଥାନା କତଡା ଗାଁ ନିକଟସ୍ଥ ପୋଖରୀରୁ ଜୈନେକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ କେହି ହତ୍ୟାକରି ପୋଖରୀରେ…
ବନ୍ଧା ହେଲେ ନର୍ସିଂ କଲେଜ ମାଲିକ ଅନୁଗୋଳ – ଅନୁଗୋଳ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି ।ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ…
ସଡକ ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ…