ମୁଖ୍ୟ ଖବର ବଢି ପାଣିରେ ଭାସିଗଲେ ଛାତ୍ରୀ Angul OnlineAugust 6, 2024August 6, 2024 ଅନୁଗୁଳ – ଲଗାଣ ବର୍ଷା ରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି କୁଳ ଖାଉଛି । ଏଭଳି ଅବସ୍ଥାରେ ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଜୋରରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଘଟିଛି । ସୂଚନା ଅନୁସାରେ ସୁନାଭୁଇଁ ଗାଁର ପ୍ରୀତି ବେହେରା ନାମକ ଜଣେ ଛାତ୍ରୀ ସକାଳେ ବନ୍ତଳା ଅଞ୍ଚଳକୁ କମ୍ପ୍ୟୁଟର କ୍ଳାସ କରିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଁ ମୁଣ୍ଡରେ ଥିବା ଜୋର ଉପରେ ପାଣି ଯାଉଥିଲା । ତଥାପି ସାହସ ବାନ୍ଧି ସେ ସାଇକେଲ ଧରି ଜୋର ପାର ହେଉଥିବା ବେଳେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଆଖପାଖରେ ଥିବା ଲୋକ କିଛି କରିବା ପୂର୍ବରୁ ସେ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାନ୍ଥ ପଡି ଦୁଇ ଗୁରୁତର ଅନୁଗୋଳ – ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବ ବ୍ୟବଚ୍ଛେଦ ଗୃହର ୮ ଫୁଟ ଉଚ୍ଚତାର ପାଚେରୀ ପଡି ଯିବାରୁ ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି ।…
ହାତୀ ଆକ୍ରମଣରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ନିକଟସ୍ଥ କରତପଟା ଫରେଷ୍ଟ ବିଟ ସମ୍ମୁଖରେ ଆଜି ଭୋରରେ…
ରେଳ ଯୋଗେ ଗଞ୍ଜେଇ ଚାଲାଣ ପାଇଁ ଜଗିଥିବା ବେଳେ କାବୁ କରିନେଲା ପୁଲିସ – ଦାମିକା ଗାଡି ଜବତ , ଜଣେ ଗିରଫ ଅନୁଗୁଳ – ଦାମୀ ଗାଡ଼ିରେ ଗଞ୍ଜେଇ ରଖି ଟ୍ରେନ୍ ଯୋଗେ ବାହାରକୁ ଚାଲାଣ କରିବାକୁ ଚାହିଁ ରହି ଥିବା ବେଳେ କାବୁ କରିନେଲା ପୁଲିସ । ଆଉ…