ମୁଖ୍ୟ ଖବର ବଢି ପାଣିରେ ଭାସିଗଲେ ଛାତ୍ରୀ Angul OnlineAugust 6, 2024August 6, 2024 ଅନୁଗୁଳ – ଲଗାଣ ବର୍ଷା ରେ ଅନୁଗୁଳ ସହର ଓ ଏହାର ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଅଧିକାଂଶ ନଦୀ ନାଳରେ ବଢି ପାଣି କୁଳ ଖାଉଛି । ଏଭଳି ଅବସ୍ଥାରେ ପାଠ ପଢିବାକୁ ଯାଇ ଘରକୁ ଫେରିବା ବାଟରେ ଜୋର ପାର ହେଉଥିବା ବେଳେ ଜୋରରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇ ଯାଇଛନ୍ତି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତ ସୁନାଭୁଇଁ ଗାଁ ନିକଟରେ ଘଟିଛି । ସୂଚନା ଅନୁସାରେ ସୁନାଭୁଇଁ ଗାଁର ପ୍ରୀତି ବେହେରା ନାମକ ଜଣେ ଛାତ୍ରୀ ସକାଳେ ବନ୍ତଳା ଅଞ୍ଚଳକୁ କମ୍ପ୍ୟୁଟର କ୍ଳାସ କରିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଁ ମୁଣ୍ଡରେ ଥିବା ଜୋର ଉପରେ ପାଣି ଯାଉଥିଲା । ତଥାପି ସାହସ ବାନ୍ଧି ସେ ସାଇକେଲ ଧରି ଜୋର ପାର ହେଉଥିବା ବେଳେ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଆଖପାଖରେ ଥିବା ଲୋକ କିଛି କରିବା ପୂର୍ବରୁ ସେ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । Advertisement
ଦୁଷ୍କର୍ମ କରି ବନ୍ଧା ହେଲେ ରସିକିଆ ଟିଉସନ ମାଷ୍ଟର – ନାବାଳିକାଙ୍କ ସହ ଅନ୍ତରଙ୍ଗ ଫଟୋ କରିଥିଲେ ଭାଇରାଲ ପାଲଲହଡା – ଗତ କିଛି ଦିନ ହେଲା ପାଲଲହଡା ଅଞ୍ଚଳରେ ଚର୍ଚ୍ଚା ପାଲଟିଥିବା ରଷିକିଆ ଟିଉସନ ସାର ମୁକେଶ ଶେଷରେ ବନ୍ଧା ହୋଇଛନ୍ତି । ନାବାଳିକାଙ୍କୁ ଦୁଷ୍କର୍ମ…
ଲାଞ୍ଚ ନେଉଥିବା ବେଳେ ଧରା ପଡିଲେ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପାଲଲହଡ଼ା – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ସରକାରୀ ବାବୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଶୁକ୍ରବାର ଅନଗୁଳ ଜିଲ୍ଲା ପାଲଲହଡା ଉପଜିଲ୍ଲାପାଳଙ୍କ…
ପ୍ରେମରେ ବିଫଳ ହେଲା ଯୁବକ , ଆଉ ତାପରେ ….. ପାଲଲହଡ଼ା- ପ୍ରେମ ବ୍ୟାପାରକୁ ନେଇ ପାଲଲହଡ଼ା ଥାନା ସମୁଖରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଥିବାବେଳେ ତାଙ୍କୁ , ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି…