ମୁଖ୍ୟ ଖବର ବାଜିବନି ଡିଜେ ଫୁଟିବନି ବାଣ Angul OnlineAugust 8, 2024August 8, 2024 ଅନୁଗୁଳ – ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଗୁଳରେ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମାସ ୭ ତାରିଖରୁ ପୂଜା ଆରମ୍ଭ ହୋଇ ୧୪ ତାରିଖରେ ବିସର୍ଜନ ଉତ୍ସବ ପାଳନ କରାଯିବ । ପୂର୍ବ ବର୍ଷ ଗଣେଶ ପୂଜାରେ ଭସାଣି ସମୟରେ କିଛି ପୂଜା କମିଟି ପକ୍ଷରୁ ଡିଜେ ବଜାଇଥିବାରୁ ବୈଠକରେ ଉଦବେଗ ପ୍ରକାଶ କରାଯାଇଥୁଲା । ଚଳିତ ବର୍ଷ ଏହାକୁ ପୁନରାବୃତ୍ତି ନ କରିବା ପାଇଁ ବୈଠକରେ ଗୁରୁଡ଼୍ବାରୋପ କରାଯାଇଥିଲା । ପ୍ରତ୍ୟେକ ପୂଜା ମଣ୍ଡପଗୁଡିକରେ ଶାନ୍ତି ଶୃଙ୍ଖଳା, ଆଇନ୍ ଶୃଙ୍ଖଳା ବ୍ୟବସ୍ଥା,ଟ୍ରାଫିକ୍ ନିୟନ୍ତ୍ରଣ, ତୋରଣ ନିର୍ମାଣ, ରାସ୍ତା ମରାମତି, ବିଦ୍ୟୁତ୍ ଯୋଗାଣ, ପରିମଳ ବ୍ୟବସ୍ଥା ଏବଂ ଶେଷରେ ଭସାଣି ଉତ୍ସବ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଗଲା । ବିଘ୍ନ ବିନାସନଙ୍କ ପୂଜାକୁ ଜନସାଧରଣ ଆନନ୍ଦ ଉଲ୍ଲାସର ସହ ଉପଭୋଗ କରିବା ପାଇଁ ଏବଂ ପ୍ରତ୍ୟେକ ପୂଜାମଣ୍ଡପରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପ୍ରତ୍ୟେକ ପୂଜାମଣ୍ଡପ ତରଫରୁ ୧୦ ଜଣ ଲେଖାଏଁ ସ୍ବେଛାସେବୀ ନିୟୋଜିତ କରିବେ । ଭସାଣି ଦିନ ସେଣ୍ଟ୍ରାଲ ପୂଜା କମିଟିର ସଦସ୍ୟମାନଙ୍କ ଦ୍ବାରା ନିର୍ଦ୍ଧାରିତ ନିୟମାନୁଯାୟୀ ମେଢଗୁଡିକର ସ୍ଥିରିକୃତ ମାର୍ଗ ଦେଇ ସଠିକ୍ ସମୟରେ ବିସର୍ଜନ ସ୍ଥଳରେ ପହଞ୍ଚିବେ । ଚଳିତ ବର୍ଷ ପୂଜା ସ୍ଥଳ ହେଉ କି ଭଷାଣ ଉତ୍ସବ , କେଉଁଠି ମଧ୍ୟ ବାଣ ଫୁଟାଇବା ଉପରେ କଟକଣା ଲାଗୁ କରା ଯାଇଛି । ଚଳିତ ବର୍ଷ ଯଦି କୌଣସି ପୂଜା କମିଟି ଡିଜେ ବଜାନ୍ତି କିମ୍ବା ବାଣ ଫୁଟାନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସମ୍ପର୍କରେ ସେଣ୍ଟ୍ରାଲ ପୂଜା କମିଟି ଅନୁଗୋଳ ଉପଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଥାନା ଆଇ ଆଇ ସିଙ୍କ ସହିତ ଆଲୋଚନା କରି ବିସର୍ଜନ ସମ୍ପର୍କିତ ବିଭିନ୍ନ ନିୟମଗୁଡିକ ସ୍ପିରିକୃତ କରିବେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସବଡିଭିଜନାଲ ପୂଲିସ ଅଫିସର ଶ୍ରୀ ରମାକାନ୍ତ ମହାଳିକ, ଅନୁଗୁଳ ଆଇ ଆଇ ସି ଶ୍ରୀ ଧିରେଶ ଦାସ, ସହକାରୀ ଜିଲ୍ଲାପାଳ ଶ୍ରୀ ସୁକାନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । Advertisement
ଘରୁ ଟାଣି ନେଇ କଚାଡି ଦେଲା ହାତୀ – ଜଣେ ମୃତ ପାଲଲହଡା – ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମରେ ଦାନ୍ତ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ…
ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।…
ଟ୍ରେନରେ କଟି ବୃଦ୍ଧା ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ…