ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା Angul OnlineAugust 17, 2024August 17, 2024 ଅନୁଗୁଳ – ଜଣେ ନାବାଳିକାକଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେବା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ। ଅଭିଯୁକ୍ତ ଜରପଡ଼ା ଥାନା କତଡ଼ା ଗାଁର ବାଲା ସାହୁକୁ ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ କାରାଦଣ୍ଡ ଆଦେଶ ମଧ୍ୟ ଦିଆଯାଇଛି । ସୂଚନା ଅନୁସାରେ, ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ବାରମ୍ବାର ହଇରାଣ କରୁଥିଲା । ତେଣୁ ନାବାଳିକା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଏହା ସତ୍ତ୍ବେ ନାବାଳିକାଙ୍କୁ ଛାଡ଼ି ନ ଥିଲା ଅଭିଯୁକ୍ତ । ତା’କୁ ମାରିଦେବା ପାଇଁ ଧମକ ଦେଇଥିଲା । ଏଥିନେଇ ଗତ ୨୦୨୨ ଅକ୍ଟୋବର ୧୦ ତାରିଖରେ ନାବାଳିକା ଜଣଙ୍କ ଅଭିଯୋଗ କରିବା ପରେ ଜରପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଏହି ମାମଲାର ବିଚାର ଅତିରିକ୍ତ ଜିଲ୍ଲା ଦୌରା ଜଜ(ଫାଷ୍ଟ ଟ୍ରାକ) ବିରଞ୍ଜି ନାରାୟଣ ମିଶ୍ରଙ୍କ ଅଦାଲତରେ ଚାଲିଥିଲା । ୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରିଥିଲେ। Advertisement
କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀ ସାବସ୍ତ୍ୟ ହେଲା ଅନାମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି…
ଲଭ , ସେକ୍ସ , ଧୋକା – ଯୁବକ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ପରେ ଶାରୀରିକ ସଂପର୍କ । ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ଏକାଠି ରହିବା ପରେ ଯୁବତୀଙ୍କୁ ଧୋକା ଦେଇଛି ପ୍ରେମିକ…
ପରିତ୍ୟକ୍ତ କୂଅରୁ ନବଜାତକର ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପୁରୁଣାପାଣି ଗାଁର ଏକ ପରିତିକ୍ତ କୂଅରୁ ଏକ ନବଜାତକ ଶିଶୁର ମୃତଦେହ ଉଦ୍ଧାର କରା ଯାଇଛି । ସ୍କୁଲ…