ରାଜନୀତି ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ Angul OnlineAugust 31, 2024August 31, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ବାଲିପଟା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ମାନେ ଶନିବାର ଅନୁଗୁଳ ଉପଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କ ଏହି ମନମୁଖି କାର୍ଯ୍ୟ ବିରୁଦ୍ଧରେ ୱାର୍ଡ ସଭ୍ୟ ସଭ୍ୟା ମାନେ ଏକ ବୈଠକ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଣିବାକୁ ପ୍ରସ୍ତାବ ଆଗତ କରିଥିଲେ । ଦିର୍ଘଦିନ ହେଲା ସରପଞ୍ଚ ୱାର୍ଡର୍ ସଭ୍ୟ ସଭ୍ୟା ଓ ନାଏବ ସରପଞ୍ଚଙ୍କୁ ପଞ୍ଚାୟତର ସମସ୍ତ କାର୍ଯ୍ୟ ନଜଣାଇ ନିଜେ କରିଛନ୍ତି । ଗ୍ରାମରେ ଅମୃତ ସରୋବର ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ମାତ୍ର ୨ ଲକ୍ଷ ଟଙ୍କର କାର୍ଯ୍ୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନଜଣାଇ ଅଜାଣତରେ କରାଯାଇଛି । ପୋଖରୀରୁ ମାଟି ଖୋଳା ବାବଦରେ ୫ ଲକ୍ଷ ଟଙ୍କାର ବିଲ ହୋଇଥିଲେ ମଧ୍ୟ ସେହି ମାଟିକୁ ଗ୍ରାମର ଖେଳପଡିଆରେ ପକାଇ ପୁନର୍ବାର ୫ଲକ୍ଷ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । କିଛି ପ୍ରକଳ୍ପ କାର୍ଯ୍ୟକୁ ମଧ୍ୟ ନଜଣାଇ ମନଇଛା ବିଲ କରାଯାଇଥିବା ଏପରିକି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଆସିଥିବା ଅର୍ଥ ସରପଞ୍ଚ କାହାକୁ ନଜଣାଇ ମନଇଛା ଖର୍ଚ୍ଚ କରିଛନ୍ତି । ସେହିପରି ବାଲିପଟ୍ଟାର ମହିମୁଣ୍ଡା ବନ୍ଧରେ ମନରେଗା ଯୋଜନାରୁ ୫ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଥିବାବେଳେ ଉକ୍ତ ବନ୍ଧରୁ ବାହାରିଥିବା ମାଟିକୁ ହାଟ ପଡିଆରେ ପକାଇ ପୁନର୍ବାର ବିଲ କରାଇ ଦୁର୍ନୀତି କରାଯାଇଛି । ଏଭଳି ସରପଞ୍ଚ ବିଭିନ୍ନ ଆର୍ଥିକ ଦୁର୍ନୀତିରେ ଜଡିତ ଥିବାରୁ ବାଲିପଟ୍ଟାର ଗ୍ରାମପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା ମାନେ ନାଏବ ସରପଞ୍ଚ ସୁଦାମ ପ୍ରଧାନଙ୍କ ନେତୃତ୍ୱରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଆଗତ ପାଇଁ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଅନାସ୍ତା ପ୍ରସ୍ତାବରେ ବାଲିପଟା ଗ୍ରା. ପ.ର ନାଏବ ସରପଞ୍ଚଙ୍କ ସହିତ ୧୫ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ସମ୍ବଳିତ ଅନାସ୍ତା ପ୍ରସ୍ତାବ ପାଇଁ ଦାବିପତ୍ର ଦେଇଛନ୍ତି । Advertisement
ମୃଦୁଳା ଠାକୁରଙ୍କ ମା’ବାୟାଣୀ ଦର୍ଶନ ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପdaaର ଅଧିଷ୍ଠାତ୍ରୀ ଦେବୀ ମା’ବାୟାଣୀଙ୍କର ବାର୍ଷିକ ପୂଜାରେ ସମ୍ବଲପୁର ସାଂସଦ praarthii ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ,…
ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଗର୍ଜିଲା କଂଗ୍ରେସ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟରେ ହେଉଥିବା ମହିଳାମାନଙ୍କ ପ୍ରତି ଅକଥନୀୟ ନିର୍ଯାତନା ବିରୋଧରେ ଏବଂ ମହିଳାମାନଙ୍କ ସୁରକ୍ଷା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ…
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…