ଆଞ୍ଚଳିକ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ Angul OnlineSeptember 7, 2024September 7, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ସମସ୍ତ ସଦସ୍ୟ । ଏନେଇ ସମସ୍ତ ସାହାଯ୍ୟ କରିବେ ବୋଲି ସାଂସଦ ମଧ୍ଯ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଯେଉଁ ଜାଗାରେ ଅଫିସ ନିର୍ମାଣ ହେବ ସାଂସଦ ଆସନ୍ତା ୨୬ ତାରିଖ ଦିନ ସେଠାକୁ ପରିଦର୍ଶନ କରିବାକୁ ଆସିବେ ବୋଲି କହିଛନ୍ତି। ଏ ଅବସରରେ ପ୍ରତିଷ୍ଠାନ ପକ୍ଷରୁ ଆସନ୍ତା ୧୯ ତାରିଖରେ ଆୟୋଜିତ ହେବାକୁ ଥିବା ବିଶାଳ ରକ୍ତ ଦାନ ଶିବିରକୁ ଆସିବା ନିମନ୍ତେ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସାକ୍ଷାତ ବେଳେ ଅନୁଷ୍ଠାନର ସଭାପତି ଦୀପକ ବର୍ମା, ପୂର୍ବତନ ସଭାପତି ଅଶୋକ କୁମାର ଜୈନ, ଉପ ସଭାପତି ସେକ୍ ରଫିକ, ବିକ୍ରମ ଅଗ୍ରୱାଲ, କାର୍ଯ୍ୟକାରୀ ସମ୍ପାଦକ ବଜରଙ୍ଗ ଲାଲ ମାଣ୍ଡୋଠିଆ ଓ ଚନ୍ଦ୍ରକାନ୍ତି ଧଳ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଡିଏଭି ସ୍କୁଲର ଫିସ ବୃଦ୍ଧି ପ୍ରସଙ୍ଗ – ତାତିଲେ ଅଭିଭାବକ ତାଳଚେର – ଦୀର୍ଘ ୨ବର୍ଷ ଧରି ତାଳଚେର ଅଞ୍ଚଳରେ ଥିବା ବିଭିନ୍ନ ଡିଏଭି ସ୍କୁଲରେ ବେଆଇନ ଭାବେ ଅହେତୁକ ଫିସ ବୃଦ୍ଧିକୁ ନେଇ ଉଭୟ ଅଭିଭାବକ ମହଲରେ…
ସ୍ୱାୟତ୍ତ ଶାସନ ପାଳନ ବେଳେ ପ୍ରଦୁଷଣକୁ ନେଇ ଚିନ୍ତା ପ୍ରକଟ କଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ସଭାଘରେ ଆୟୋଜିତ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ଅନୁଗୁଳ ନଗରପାଳ…
ସାତକୋଶିଆରେ ଘଡ଼ିଆଳର ମୃତ୍ୟୁ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର କୁମ୍ଭୀରର ସାତକୋଶିଆ ମହାନଦୀ ଗଣ୍ଡରେ ମୃତ୍ୟୁ ହୋଇଛି । ଗତକାଲି ସନ୍ଧ୍ୟାରେ…