ଅପରାଧ ଶୀତଲ ପ୍ଲାଜାରେ ଦୋକାନୀକୁ ଆକ୍ରମଣ କରିଥିବା ଯୁବକ ଗିରଫ Angul OnlineSeptember 10, 2024September 10, 2024 ଅନୁଗୁଳ – ଅନୁଗୁଳ ସହର ଶୀତଲ ପ୍ଲାଜାରେ ଗତକାଲି ଦୋକାନରେ କାଣ୍ଟିନ ଧଳ ନାମକ ଜଣେ ଯୁବକ ବସିଥିବା ବେଳେ ପିଣ୍ଟୁ କୁମାର ସାହୁ ନାମକ ଜଣେ ଯୁବକ ହଠାତ ଆସି ଭୁଜାଲିରେ ଆକ୍ରମଣ କରିଥିଲା । ଯାହା ଫଳରେ କାଣ୍ଟିନ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଅନୁଗୁଳ ପୁଲିସ ପିଣ୍ଟୁକୁ ଗିରଫ କରିଛି । ଅନୁଗୁଳ ଥାନା ଅଧିକାରୀ ଧୀରେଶ କମାର ଦାସ ଦେଇଥିବା ସୂଚନା ଅନୁସାରେ ପିଣ୍ଟୁର ଘର ମୂଷାପାପୁଲି ହୋଇଥିବା ବେଳେ ସେ ଶୀତଲ ପ୍ଲାଜାରେ ଏକ ମୋବାଇଲ ମରାମତି ଦୋକାନ ଦେଇଛି । ସେହି ନିକଟରେ ହେମସୁରପଡା ନାଖରାସାହିର କାଣ୍ଟିନ ଧଳା ମଧ୍ୟ ମୋବାଇଲ ମରାମତି ଦୋକାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ବ୍ଯବସାୟିକ ଶତ୍ରୁତା ଥିଲା । ତେବେ କିଛି ଦିନ ତଳେ ପିଣ୍ଟୁ ଦୋକାନ ଦେଇଥିବା ଘରର ମାଲିକ ପିଣ୍ଟୁକୁ ଦୋକାନ ଛାଡିବାକୁ କହିଥିଲେ । ତେବେ ଏହା ପଛରେ କାଣ୍ଟିନ ହାତ ଅଛି ବୋଲି ପିଣ୍ଟୁ ଭାବି ନେଇଥିଲା । ଆଉ ଏଥିପାଇଁ କାଣ୍ଟିନକୁ ମାରିଦେବା ପାଇଁ ଏକ ଚାପଡାରେ କାଣ୍ଟିନକୁ ଆକ୍ରମଣ କରିଥିଲା । ପୁଲିସ ଏହି ଘଟଣାରେ ପିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ନିକଟରୁ ଏକ ମୋଟରସାଇକେଲ , ଚାପଡା ଓ ଏକ ମୋବାଇଲ ଫୋନ ଜବତ କରିଛି । Advertisement
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ – ଅଭିଯୋଗ କଲେ ପରିବାର ଅନୁଗୁଳ – ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ହତ୍ୟା କରିବା ପରେ ଫେରାର ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକ । ସୂଚନା…
କଳାହିରାର ସହରରୁ ଧଳା ଜହର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି । ଅନେକ ଦିନ ହେଲା କଳାହିରାର ସହର ତାଳଚେରରେ ଧଳା ଜହର ବିକ୍ରି…
ବ୍ରାଉନସୁଗାର ଜବତ – ଦୁଇ ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଇଲାକାରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି । ନାଲକୋନଗର ଥାନା ପୁଲିସ ଆଜି କୁଲାଡ଼ ଗାଁରେ ଚଢାଉ କରି…