ମୁଖ୍ୟ ଖବର ପୁଣି ପାଇଖାନା ଟାଙ୍କି ନେଲା ଦୁଇ ଜୀବନ Angul OnlineSeptember 13, 2024September 13, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଶକ୍ତି ନଗର କଲୋନୀରେ ଏକ ନବନିର୍ମିତ ପାଇଖାନା ଟାଙ୍କିରେ ଫସି ଦୁଇ ଜଣ ଶ୍ରମିକଙ୍କ ମୃତ ହୋଇଥିବା ଜଣା ପଡ଼ିଛି । ମୃତ ଶ୍ରମିକ ଦୁଇଜଣ ହେଲେ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ରେଢମ ଗ୍ରାମର ରଘୁ ହାଁସଦା ଓ ମେଡ଼ ନାଗ । ସୂଚନା ଅନୁସାରେ , ଦେବଗଡ଼ ଜିଲ୍ଲା ହାଡ଼ସୁହାର ଗ୍ରାମର ସୁରେଶ ପ୍ରଧାନ ପ୍ରାୟ ଏକ ବର୍ଷ ହେବ ନୂଆହତା ପଞ୍ଚାୟତର ଶକ୍ତି ନଗର କଲୋନୀରେ ନିଜର ଏକ ନୂତନ ଘର ନିର୍ମାଣ କାର୍ଯ୍ୟ ଚଳାଇଥିଲେ । ଶ୍ରମିକ ଓ ମିସ୍ତ୍ରୀ ଭାବେ ମୟୂରଭଞ୍ଜ ଜିଲ୍ଲାର ଲୋକଙ୍କୁ ଆଣି କାର୍ଯ୍ୟ କରାଉଥିଲେ । ଆଜି ସକାଳ ୮ ଘଟିକା ସମୟରେ ପାଇଖାନା ଟାଙ୍କିରେ ଦୁଇ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ହେବ ଦୁଇ ଶ୍ରମିକଙ୍କ କୌଣସି କାର୍ଯ୍ୟର ଶବ୍ଦ ଶୁଣା ନ ଯିବାରୁ ମାଲିକ ଓ ଅନ୍ୟ ଶ୍ରମିକ ମାନେ ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ । ଦେଖିବା ବେଳକୁ ଦୁଇ ଜଣ ଶ୍ରମିକ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ । ମାଲିକ ଏହା ଦେଖି ତୁରନ୍ତ ବଅଁରପାଳ ଦମକଳ ବାହୀନି କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଟାଙ୍କିକୁ ଜେସିବି ମେସିନ ସାହାଯ୍ୟରେ ଭାଙ୍ଗିବା ପରେ ଟାଙ୍କିରେ ପାଣି ଫୁଲ ଥିବାରୁ ମଟର ସାହାଯ୍ୟରେ ପାଣିକୁ ବାହାର କରିବା ସହିତ ମୃତ ଦେହକୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ବଅଁରପାଳ ପୂଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । Advertisement
କେନାଲରେ ବୁଡି ଯୁବକ ନିଖୋଜ – ଖୋଜି ଖୋଜି ନୟାନ୍ତ ହେଲେଣି ଅଗ୍ନିଶମ ଓ ଓଡ୍ରାଫ ଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ବୁଢ଼ାପଙ୍କ ଗାଁ ନିକଟ କେନାଲରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣଙ୍କ ହେଲେ…
ବିଏସକେୱାଇ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ , ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ ଅନୁଗୁଳ – ଅନୁଗୁଳରେ ବିକାଶର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଛି । ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ଠାରୁ ଅନୁଗୁଳ ଜିଲ୍ଲା ଯୋଡିହୋଇଛି । ଆଜି…
ଦୂର୍ଘଟଣା ପରେ ନାଳରେ ପଡିଲା ଗାଡି – ଚାଳକ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡର ଗୁରୁଜାଙ୍ଗ- ଜନ୍ଦାବାହାଳ ବଙ୍ଗାରୁ ଜୁର ନିକଟରେ ୩୦ ଫୁଟ କେନାଲ ତଳକୁ…