ମୁଖ୍ୟ ଖବର ପୁଲିସ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର, ଦୁଇ ଛାତ୍ର ଆହତ Angul OnlineSeptember 13, 2024September 13, 2024 ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୁଲିସ କର୍ମଚାରୀଙ୍କ ମୋଟରସାଇକେଲ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଛାତ୍ର ଆହତ ହୋଇଛନ୍ତି । ସୂଚନା ଅନୁସାରେ , ଆଜି ଅପରାହ୍ନ ସମୟରେ ଅନୁଗୁଳ ରିଜର୍ଭ ରେ କାର୍ଯ୍ୟ କରୁଥିବା ଚନ୍ଦନ ନାଏକ ଏବଂ ତାଙ୍କ ସମ୍ପର୍କୀୟ ସହ ଛେଳିଆପଡା ଛକରୁ ରିଜର୍ଭ ବାରେକକୁ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ସେହି ସମୟରେ ସ୍କୁଲ ଛୁଟି ହେବାରୁ ଛାତ୍ରଛାତ୍ରୀ ମାନେ ସାଇକେଲ ଯୋଗେ ଘର ଫେରୁଥିଲେ । ତେବେ ଛେଳିଆପଡାଠାରେ ସେମାନଙ୍କ ମୋଟରସାଇକେଲ ତିନି ଜଣ ଛାତ୍ରଛାତ୍ରୀ ଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହାତ ହୋଇଥିଲେ । ସ୍ଥାନୀୟବାସୀ ସଙ୍ଗେ ସଙ୍ଗେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଛାତ୍ରଙ୍କୁ ମଧ୍ୟ ଉତ୍ତମ ଚିକିତ୍ସା ପାଇଁ ବାହାରକୁ ପଠାଇ ଦେଇଛନ୍ତି । ଏ ପଟେ ମୋଟରସାଇକେଲ ଚାଳକ ଏବଂ ତାଙ୍କ ସମ୍ପର୍କୀୟ ମଧ୍ୟ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇ ଚିକିତ୍ସା ହେଉଛନ୍ତି । Advertisement
୨୦୨୬ ପୂର୍ବରୁ ଚାଲିପାରିବନି ତାଳଚେର ମେଡିକାଲ କଲେଜ !! ଅନୁଗୁଳ – ତାଳଚେର ମେଡିକାଲ କଲେଜ ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ । ବିଧାନସଭାରେ ରାଜ୍ୟ ସରକାର ଏକଥା କହିଛନ୍ତି । ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା…
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ସୂଚନା ଅନୁସାରେ ଅନୁଗୁଳ ନାଲକୋନଗର ଥାନା ନାଲକୋର ସନ୍ଦୀପ ପ୍ରେବୋଧ କେର୍କେଟା ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ…
ଡିନାମାଇଟରେ ମାଛ ଧରିବା ହେଲା କାଳ – ଡିନାମାଇଟ ଫୁଟି ଯୁବକ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା କମ୍ପସଲା ଗାଁ ନିକଟରେ ଥିବା ଟିକିରା ନଦୀରେ ଆଜି ମାଛ ଧରିବାକୁ ଯାଇଥିବା ବେଳେ ଡିନାମାଇଟ ଫୁଟି ଜଣେ…