ମୁଖ୍ୟ ଖବର କେନାଲରେ ଭାସିଗଲେ ମହିଳା Angul OnlineSeptember 18, 2024September 18, 2024 ଅନୁଗୁଳ – ଗାଧେଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର କେନାଲ ରେ ଗାଧୋଇଲା ବେଳେ ଭାସି ଗଲେ ମହିଳା । ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ମହିଳା ଜଣଙ୍କ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ସାହି ବାସିନ୍ଦା ଅଶୋକ ସାମଲ ଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣିମା ସାମଲ। ପରିବାର ର ୫ ଜଣ ସଦସ୍ୟ ସକାଳ ପ୍ରାୟ ୫.୩୦ ଗାଧୋଇବା ବେଳେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟ ମାନେ ନିଜ ଲୁଗା ପକାଇ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ସଫଳ ହୋଇ ପାରିନଥିଲେ । ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ବଅଁରପାଳ ପୋଲିସ, ତହସିଲଦାର, ଆର ଆଇ, ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଥିଲେ । ପ୍ରାୟ ୮ ଘଣ୍ଟା ଖୋଜାଖୋଜି ପରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । Advertisement
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…
ଶଶୁର ଘର ଗାଁରେ ଗଲା ଜ୍ଵାଇଁ ଜୀବନ – ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଶ୍ୟାମସୁନ୍ଦରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ବଶୁର ଘର ଗାଁକୁ ବୁଲି ଆସିଥିବା ବେଳେ ଜ୍ବାଇଁର ଜୀବନ…
ପାତ୍ରପଡା ବାୟାଣୀ ପୀଠ ଜଗନ୍ନାଥ ମନ୍ଦିରରୁ ୪ଟି ମୟୁର ଓ ଗୋଟିଏ ଚଉସିଂହା ଜବତ ଛେଣ୍ଡିପଦା -ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ମା ବାୟାଣୀ ପୀଠ ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରୁ ବନବିଭାଗ ୪ଟି ମୟୁର ଓ ଗୋଟିଏ ଚୌସିଂହାକୁ…