ମୁଖ୍ୟ ଖବର ଓଲଟିଲା ବାଜାପାର୍ଟି ଗାଡି – ୬ ଗୁରୁତର , ୧୨ ଆହତ Angul OnlineMarch 10, 2021March 10, 2021 ଛେଣ୍ଡିପଦା – ଅନୁଗୁଳ-ଛେଣ୍ଡିପଦା ୬୩ ନଂ ରାଜ୍ୟ ରାଜପଥର ଛେଣ୍ଡିପଦା ଗଉଡୁଣି ନାଳ ପାଖରେ ଭାରସାମ୍ୟ ହରାଇ ବିବାହ କାର୍ଯ୍ୟକ୍ରମକୁ ଯାଉଥିବା ଏକ ବାଜାପାର୍ଟି ପିକଅପ ଗାଡି ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ୧୨ ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ବାରମଞ୍ଚା ଗ୍ରାମର ୨୦ ଜଣ ବାଜାବାଲାଙ୍କୁ ନେଇ ଏକ ପିକଅପ (ଓଡ଼ି-୦୫-ଏବି-୯୪୦୮) ନୂଆପଡା ଗ୍ରାମରୁ କଙ୍କରେଇ ଗ୍ରାମକୁ ବିବାହ କାର୍ଯ୍ୟକ୍ରମରେ ବାଜା ବଜେଇବାକୁ ଯାଉଥିଲେ । ତେବେ ଯିବା ବାଟରେ ଛେଣ୍ଡିପଦା ଗଉଡୁଣି ନାଳ ପୋଲ ପାଖରେ ପିକଅପ ଗାଡିଟି ଭାରସାମ୍ୟ ହରେଇ ଗାଡି ଓଲଟିପଡିଥିଲା । ଦୁର୍ଘଟଣା ପରେ ସେହି ରାସ୍ତା ଯାଉଥିବା ଲୋକ, ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ଆହତ ଲୋକମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ମାନେ ବାରମଞ୍ଚା ଓ ଆଉଁଳି ବୋଲି ଜଣା ପଡିଛି । ସେମାନଙ୍କ ମଧ୍ୟରୁ ଅବସ୍ଥା ଗୁରୁତର ଥିବାରୁ ବାଲ୍ମୀକି ମୁଖୀ, କାଳିଆ ମୁଖୀ, କନ୍ଦର୍ପ ମୁଖୀ, କୁନା ମୁଖୀ, ଦୁଃଶାସନ ମୁଖୀ, ସିଦ୍ଧାନ୍ତ ମୁଖୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରି ଘଟଣାର ତଦନ୍ତ କରୁଛି । Advertisement
ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ମୋଟରସାଇକେଲ ଆରୋହୀଙ୍କ ମୃତ୍ଯୁ ହୋଇଛି । ମୃତକ ଜଣଙ୍କ ହେଲେ ଗୁରୁଧି ଗ୍ରାମର…
ସାବଧାନ ଗାଡି ଚାଳକ-ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଜଗିବ ଇଣ୍ଟରସେପଟର ଅନୁଗୁଳ – ଜାତୀୟ ରାଜପଥରେ ଅମାନିଆ ଚାଳକଙ୍କ ଉପରେ ନଜର ରଖିବା ଇଣ୍ଟରସେପଟର । ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ ।…
ଡ୍ରେନରୁ ମୃତଦେହ ଉଦ୍ଧାର – ନୁଆଁ ବର୍ଷ ପାଳନ କରି ଫେରିବା ବେଳେ ଅଘଟଣ ଅନୁଗୁଳ – ଡ୍ରେନରେ ପଡି ଜୀବନ ଗଲା । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ହରିଜନ ସାହିରେ ନବ ବର୍ଷ ପାଳନ ବେଳେ ଡ୍ରେନରେ…