ଅପରାଧ ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି Angul OnlineNovember 27, 2024November 27, 2024 ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ପରିପକ୍ଵ ଗଞ୍ଜେଇ ଗଛକୁ ନଷ୍ଟ କରିବା ସହିତ ମାଫିଆ ମାନେ ରଖିଥିବା ଏକ ବନ୍ଧୁକକୁ ଜବତ କରା ଯାଇଛି । ସୂଚନା ଯେ ଦିନ ଥିଲା ଛେଣ୍ଡିପଦା ବ୍ଳକ ଗଞ୍ଜେଇ ଚାଷରେ ମିନି ଆଫଗାନିସ୍ତାନ ପାଲଟିଥିବା ବେଳେ ୨୦୧୩ରେ ତତ୍କାଳୀନ ଆରକ୍ଷୀ ଅଧିକ୍ଷକ ନରସିଂହ ଭୋଳ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜେଇ ଚାଷକୁ ସମୁର୍ଣ୍ଣ ନଷ୍ଟ କରାଯାଇଥିଲା । ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଅନୁଗୁଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ମୁଣ୍ଡ ଟେକିଛି । ଏ ନେଇ ଜରପଡା ପୁଲିସ ଓ ଅନୁଗୁଳ ଅବକାରୀ ବିଭାଗ ଓ ଜରପଡା ବନ ବିଭାଗ ମିଳିତ ଭାବେ ନାଉପଦା, ମାଟିଗାଡ଼ିଆ, ବାଲିପଶି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୫ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦିଆ ଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଚ୍ଚି । ନାଉପଦାରେ ଥିବା ଏକ ଗଞ୍ଜେଇ ଜମିର କୁଡ଼ିଆରୁ ମାଫିଆ ମାନେ ରଖିଥିବା ଏକ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରା ଯାଇଛି । କିଏ ଏହି ବେଆଇନ ଗଞ୍ଜେଇ ଚାଷ କରିଥିଲା ଏବଂ କିଏ ଗଞ୍ଜେଇ ଚାଷ ଜଗିବା ବେଳେ ବନ୍ଧୁକ ରଖିଥିଲା ସେ ନେଇ ତଦନ୍ତ କରା ଯାଉଛି । Advertisement
ଅନୁଗୁଳରେ ଲଜ୍ୟା – ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଲଜ୍ୟା । ପାଲଲହଡା ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ବାଗଡ଼ିଆ ଥାନାରେ ଅଭିଯୋଗ ହୋଇଛି…
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ ଅନୁଗୁଳ – ସାମାନ୍ୟ ବଚସାରୁ ଜଣେ ରାଜମିସ୍ତ୍ରୀଙ୍କୁ ହତ୍ୟା । ଏଭଳି ଘଟଣା ଅନୁଗୁଳ ସହର ଉପକଣ୍ଠ ପଞ୍ଚମହଲା ଗ୍ରାମରେ ଘଟିଛି । ମୃତକ ଜଣଙ୍କ ପଞ୍ଚମହଲା…
ମା’କୁ ହତ୍ଯା କରି ପୁଅ ଆତ୍ମହତ୍ଯା କରିଥିବା ସନ୍ଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରିସାହିରେ ପାରିବାରିକ କଳହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା…