ଆଞ୍ଚଳିକ ଦୁର୍ଘଟଣାରେ ଜଣେ ଭାଇ ମୃତ , ଜଣେ ଭାଇ ଗୁରୁତର Angul OnlineDecember 8, 2024December 8, 2024 ଅନୁଗୁଳ – ରାସ୍ତା କଡରେ ଛିଡା ହୋଇ ଥିବା ଏକ ହାଇୱା ସହ ଧକ୍କା ହୋଇ ଜଣେ ମୋଟରସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତାହତ ମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ ଗ୍ରାମର ଦୁଇ ଭାଇ ରାଜେନ୍ଦ୍ର ସାହୁ ଏବଂ ଜିତେନ୍ଦ୍ର ସାହୁ । ସୂଚନା ଅନୁସାରେ , ଜିତେନ୍ଦ୍ରଙ୍କ ଆଖିରେ ଧାନ କେଣ୍ଡା ବାଜି ଥିବାରୁ ଅନୁଗୁଳ ସହରକୁ ସାନ ଭାଇ ରାଜେନ୍ଦ୍ରଙ୍କୁ ସାଥିରେ ନେଇ ମୋଟରସାଇକେଲ ଯୋଗେ ଆସି ଚିକିତ୍ସା କରିବା ପରେ ନୂଆ କରି ହେଉଥିବା ବାଇପାସ୍ ରାସ୍ତା ରେ ଫେରୁଥିଲେ । ତେବେ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ଭାରସାମ୍ୟ ହରାଇ ତାଙ୍କ ମୋଟରସାଇକେଲ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇ ଭାଇ ଗୁରୁତର ହୋଇ ପଡିଥିଲେ । ଖବର୍ ପାଇଁ ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ଦୁଇ ଭାଇକୁ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରି ଥିବା ବେଳେ ଜିତେନ୍ଦ୍ରଙ୍କର ଅଣ୍ଟା, ଗୋଡ ମୁଣ୍ଡରେ ଗଭୀର ଆଘାତ ଲାଗିଛି । Advertisement
ମହିଳା କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ ଆଜି ଅଖିଳ ଭାରତ ମହିଳା କଂଗ୍ରେସର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ କମିଟି ର ସଭାନେତ୍ରୀ ସବିତା ଧୀରଙ୍କ ନେତୃତ୍ୱରେ ଅନୁଗୋଳ…
ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଭେଟିଲେ ଦିନେଶ ଅନୁଗୋଳ – ଓଡିଶା ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ( ଗ୍ରାମାଞ୍ଚଳ ) ର ଉପଦେଷ୍ଟା ଭାବେ ଦିନେଶ ପ୍ରଧାନ…
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ – ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ନିକଟସ୍ଥ ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।…