ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ Angul OnlineDecember 26, 2024December 26, 2024 ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୨୪. ୦୪, ୨୦୨୧ ରେ ଜଣେ ନାବାଳିକା ନିଜ ଘରେ ଏକୁଟିଆ ଥିଲେ । ଏହା ଜାଣି ଆଉ ନାବାଳିକା ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ମନୋଜ କୁମାର ପ୍ରଧାନ ନାମକ ଜଣେ ଯୁବକ ତାଙ୍କ ଘରେ ପଶି ନାବାଳିକା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଘରକୁ ଫେରିବା ପରେ ସବୁ କଥା ଜାଣିବା ପରେ ନାବାଳିକାଙ୍କ ବାପା କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କିଶୋରନଗର ପୁଲିସ ଦଫା ୩୭୬(୩)୬ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ମନୋଜ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ସୌମ୍ୟା ଶୁଭଦର୍ଶିନୀ , ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ମନୋଜ କୁମାର ପ୍ରଧାନକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଆଦେଶ ଦିଆ ଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ। Advertisement
ମହିଳାଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅନୁଗୁଳ – ଅନୁଗୁଳ ଜିଲ୍ଲା ହେମସୁରପଡା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଠାକୁର ଘରେ ପୂଜା କରୁଥିବା ବେଳେ ଜଣେ ମହିଳାଙ୍କ…
କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡାଇ ଗୋଡାଇ ଧରିଲା ବନ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କୋଶଳା ଗ୍ରାମ ନିକଟରେ ଗତକାଲି ରାତ୍ରୀ ୩ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଛେଣ୍ଡିପଦା…
ଦୁଷ୍କର୍ମ ଅଭିଯୁକ୍ତକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଗତ ଦୁଇବର୍ଷ ତଳେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ରାୟ ମଙ୍ଗଳବାର ଜିଲ୍ଲା…