ଅପରାଧ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ Angul OnlineDecember 26, 2024December 26, 2024 ଅନୁଗୁଳ – ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଗତ ୨୪. ୦୪, ୨୦୨୧ ରେ ଜଣେ ନାବାଳିକା ନିଜ ଘରେ ଏକୁଟିଆ ଥିଲେ । ଏହା ଜାଣି ଆଉ ନାବାଳିକା ଜଣଙ୍କ ଏକୁଟିଆ ଥିବାର ସୁଯୋଗ ନେଇ ମନୋଜ କୁମାର ପ୍ରଧାନ ନାମକ ଜଣେ ଯୁବକ ତାଙ୍କ ଘରେ ପଶି ନାବାଳିକା ସହ ଜୋରଜବରଦସ୍ତ ଦୁଷ୍କର୍ମ କରିବା ପରେ ଫେରାର ହୋଇଯାଇଥିଲା । ନାବାଳିକାଙ୍କ ପରିବାର ଲୋକ ଘରକୁ ଫେରିବା ପରେ ସବୁ କଥା ଜାଣିବା ପରେ ନାବାଳିକାଙ୍କ ବାପା କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କିଶୋରନଗର ପୁଲିସ ଦଫା ୩୭୬(୩)୬ ପୋକସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ମନୋଜ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ ସୌମ୍ୟା ଶୁଭଦର୍ଶିନୀ , ୧୩ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ମନୋଜ କୁମାର ପ୍ରଧାନକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡ ଆଦେଶ ଦିଆ ଯାଇଛି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ। Advertisement
ବନ୍ଧୁକ ଓ ଖଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରୁ ଆଜି ଅପରାହ୍ନରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ଜଣେ ବେପାରୀଙ୍କ ଠାରୁ ୧୫ …
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…
ଚାକିରି ନାଁରେ ଠକେଇ ମାମଲା – ମାଷ୍ଟରମାଇଣ୍ଡ ବାପ ସହ ପୁଅ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଚାଇଁପାଳ ଗାଁର ପରମାନନ୍ଦ ବେହେରା…