ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା

ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ ହତ୍ୟା କରିଥିବା ଜଣା ପଡିଛି ।

ସୂଚନା ଅନୁସାରେ ଆଠମଲ୍ଲିକ ଗଜଡ଼ା ଗାଁର ଶ୍ରୀକାନ୍ତ ପ୍ରଧାନ ଅନୁଗୁଳର ଏକ ବେକରି ଫ୍ୟାକ୍ଟେରିରେ କାମ କରୁଥିବା ଯୋଗୁଁ ଶିକ୍ଷକପଡ଼ାରେ ଭଡା ଘରେ ରୁହନ୍ତି । ତାଙ୍କର ପ୍ରଥମ ସ୍ତ୍ରୀ ଥିବା ବେଳେ ବାଘମୁଣ୍ଡା ଗାଁର ଜୋତ୍ସ୍ନା ପ୍ରଧାନଙ୍କୁ ଦ୍ୱିତୀୟ ବିବାହ କରିବା ପରେ ସେହି ଶିକ୍ଷକପଡ଼ାର ଭଡା ଘରେ ଉଭୟ ସ୍ୱାମୀ ସ୍ତ୍ରୀ ରହୁଥିଲେ । ଗତକାଲି ରାତିରେ ଶ୍ରୀକାନ୍ତ ବେକରି କାମ ସାରି ଘରକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ବେଳେ ଉତ୍ତ୍ୟକ୍ତ ହୋଇ ଶ୍ରୀକାନ୍ତ ଏକ କାଙ୍କରେ ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ଜୋତ୍ସ୍ନାଙ୍କର ମୃତ୍ୟୁ ହୋଇ ଯାଇଥିଲା। ସ୍ତ୍ରୀ ମରି ଯାଇଥିବା ଦେଖି ଶ୍ରୀକାନ୍ତ ଫେରାର ହୋଇ ଯାଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

Advertisement

Leave a Reply

Your email address will not be published. Required fields are marked *