ପାଲଲହଡା – ପରକିୟା ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ । ପରିବାର ଓ ପଡୋଶୀଙ୍କ ଦ୍ଵାରା ପ୍ରେମିକ ବନ୍ଧା ହୋଇ ନିସ୍ତୁକ ମାଡ । ଆଉ ଏହି ମାଡ଼ ଖାଇବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଏବେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଉଭୟ ପକ୍ଷରୁ ଥାନା ରେ ଅଭିଯୋଗ ହେବାପରେ ଏହି ଘଟଣା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।
ମିଳିଥିବା ଖବର ଅନୁସାରେ ଗୁରୁବାର ରାତିରେ ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମର ସତ୍ୟାନନ୍ଦ ପୋଇ ନାମକ ଯୁବକ, ନିକଟସ୍ଥ ଗ୍ରାମର ଜଣେ ମହିଳାଙ୍କ ଘରକୁ ରାତିରେ ପଶିଥିବା ବେଳେ ଗାଁର କିଛି ଯୁବକ ଏକାଠି ହୋଇ ସତ୍ୟାନନ୍ଦକୁ ଏକ ଦଉଡି ସାହାଯ୍ୟ ରେ ବାନ୍ଧି ଦେଇଥିଲେ । ବାନ୍ଧିବା ସହ ସେମାନେ ନିସ୍ତୁକ ମାଡ଼ ମାରିଥିଲେ । ଯାହାର ଭିଡ଼ିଓ ଏବେ ଚାରିଆଡେ ଘୁରି ବୁଲୁଛି, ପରେ ଏହି ଘଟଣା ପ୍ରଘଟ ହେବାପରେ ଉଭୟ ପକ୍ଷରୁ ଖମାର ଥାନା ରେ ଅଭିଯୋଗ ହୋଇଛି । ପୋଲିସ ଦୁଇଟି ମାମଲା ରୁଜୁ କରି ଚାରି ଜଣଙ୍କୁ ଥାନା କୁ ଆଣି ଧାରା ୪୧ ରେ ଛାଡି ଦେଇଥିବା ଜଣାପଡିଛି ।