ସାମୁହିକ ଛୁଟିରେ ଗଲେ ଅନୁଗୁଳର ସମସ୍ତ ଓଏଏସ୍‌ ଏବଂ ଓଆରଏସ୍‌

ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ଓଏଏସ୍‌ ଏବଂ ଓଆରଏସ୍‌ ଅଧିକାରୀମାନେ ଆଜି (ମଙ୍ଗଳବାର) ଠାରୁ ସାମୂହିକ ଛୁଟିରେ ରହିଛନ୍ତି । ଭୁବନେଶ୍ବରରେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣା ପ୍ରତିବାଦରେ ଆଜି ଏନେଇ ଓଏଏସ୍‌ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ପରେ ଏହି ନିଷ୍ପତ୍ତି ନିଆ ଯାଇଛି । ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଏହା କେବଳ ଜଣେ ବ୍ୟକ୍ତି ଉପରେ ନୁହେଁ, ବରଂ ଏହା ସାରା ପ୍ରାଶାସନିକ ବ୍ୟବସ୍ଥା ଉପରେ ଆକ୍ରମଣ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହି ଘଟଣାରେ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନିଆଯିବା ପର୍ଯ୍ୟନ୍ତ ଛୁଟି ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ଡେପୁଟି କଲେକ୍ଟର ଜୟକୃଷ୍ଣ ପାତ୍ର, ଅନୁଗୁଳ ବିଡିଓ ଡ. ବିଶ୍ବଭୂଷଣ, ଅତିରିକ୍ତ ତହସିଲଦାର ମିନର୍ଭା ନାୟକ, ଡେପୁଟି କଲେକ୍ଟର ମମତା ପ୍ରଧାନ, ଡେପୁଟି କଲେକ୍ଟର ସ୍ବାହା ମହାନ୍ତି, ସହକାରୀ ଜିଲ୍ଲାପାଳ ସୁକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page