ତାଳଚେର – ଝିଅକୁ ସ୍କୁଲ ନେଇ ଯିବା ବେଳେ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ବୋଇ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ତାଳଚେର ସହର ଗ୍ରୀନ ଗ୍ରାସ ଷ୍ଟାଡିୟମ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ , ତାଳଚେରର ପ୍ରବୀଣା ସାହୁ ନାମକ ଜଣେ ମହିଳା ସ୍କୁଟିରେ ତାଙ୍କ ଝିଅ ସାନଭିକା କୁମାରୀ ସାହୁଙ୍କୁ ତାଳଚେର ଦେଉଳବେଡା ସ୍ଥିତ ଡିଏଭି ସ୍କୁଲରେ ଛାଡ଼ିଯିବା ସମୟରେ ଗ୍ରୀନଗ୍ରାସ ଷ୍ଟାଡିୟମ ଠାରେ ପଛ ପଟୁ ଆସୁଥିବା ଏକ ଟ୍ରକ ସ୍କୁଟି ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ମା ପ୍ରବୀଣା ସାହୁଙ୍କର ମୃତ୍ୟୁ ଘଟିଥିବା ବେଳେ ଚତୁର୍ଥ ଶ୍ରେଣୀ ପଢୁଥିବା ୧୦ ବର୍ଷର ଝିଅ ସାନଭିକା କୁମାରୀ ସାହୁ ଗୁରୁତ୍ଵର ଆହତ ହୋଇଥିଲେ। ତାଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଥମେ ନିକଟସ୍ଥ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଛି । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି ।

