ଘରୋଇ ଋଣ ଚାପରେ ଯୁବକ କଲେ ଆତ୍ମହତ୍ୟା

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଝିଣ୍ଟିପାଳ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ଘରୋଇ ଋଣ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଯୁବକ ଜଣଙ୍କ ହେଲେ ଝିଣ୍ଟିପାଳ ଗ୍ରାମର ମଦନ ଗୋଛାୟତ ବୋଲି ଜଣାପଡିଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମଦନ ୫ ବର୍ଷ ପୂର୍ବରୁ ସେହି ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ଋଣ କରିଥିଲେ । ହେଲେ ସଥିଲ ସମୟରେ ଋଣ ଟଙ୍କା ପରିଶୋଧ କରି ନଥିବା ବେଳେ , ଋଣ ଟଙ୍କା ପାଇଁ ଋଣ ଦାତା ବାରମ୍ବାର ଧମକ ଦେଉଥିଲେ । ମଦନ ସେଥିରୁ ମୂଳ ଟଙ୍କା ସୁଝିଥିଲେ ମଧ୍ୟ ସୁଧ ଟଙ୍କା ଫେରାଇ ନପାରି ଚାପରେ ଥିଲେ । ଏହି ଋଣ ଟଙ୍କା ଶୁଝିବା ପାଇଁ ଚେନାଇ ଯିବା ପାଇଁ ଯୋଜନା କରିଥିଲେ ଏବଂ ଟ୍ରେନରେ ଟିକେଟ ମଧ୍ୟ କରିଥିଲେ । ହେଲେ ରାତିରେ ଘର ଭିତରେ କବାଟ ଦେଇ ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ଲୋକ ଆଜି ମଧ୍ୟାହ୍ନରେ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୁଲିସ ଘଟଣା ସ୍ଥଳରେ ପହଁଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଚଳାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page