ନାବାଳିକା ଦୁଷ୍କର୍ମକାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ,ବାପ ମା କୁ ୫ ବର୍ଷ ଜେଲଦଣ୍ଡ


ଅନୁଗୁଳ – ଅନୁଗୁଳ ମାନ୍ୟବର ଫାଷ୍ଟ ଟ୍ରାକ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରିକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଏହି ଘଟଣା ରେ ପୁଅକୁ ସହଯୋଗ କରିଥିବା ବାପ ମା କୁ ମାନ୍ୟବର କୋର୍ଟ ୫ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି ।

ସୂଚନା ଅନୁସାରେ , ବଅଁରପାଳ ଅଞ୍ଚଳର ଜନୈକା ନାବାଳିକା ବନ୍ତଳା ଅଂଚଳରେ ନିଜ ମାମୁଁ ଘରେ ରହି ପାଠ ପଢୁଥିଲା । କିନ୍ତୁ ଗତ ୨୫. ୨. ୨୦୨୨ରାତି ୮ଟା ସମୟରେ ବନ୍ତଳାର ରାଜା ଓରଫ ରଂଜିତ ବାରିକ ନାବାଳିକାକୁ ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ନାବାଳିକାର ପାଟିରେ କପଡା ଦେଇ ଟେକି ନେଇ ପଳାଇଥିଲା। ଏହି ଘଟଣା ସମ୍ପର୍କରେ ନାବାଳିକାର ପରିବାର ଲୋକେ ଜାଣିବାପରେ ସେମାନେ ରାଜା ଘରକୁ ଯାଇ ପଚରା ଉଚରା କରିଥିଲେ। କିନ୍ତୁ ରାଜା ଓରଫ ରଂଜିତ ବାରିକର ବାପା ରଞ୍ଜନ ବାରିକ, ମା ଜୟନ୍ତୀ ବାରିକ ଏବଂ ଭାଇ ସୁଜିତ ବାରିକ ମିଶି ନାବାଳିକାକୁ ନିଜ ଘରେ ତାଲା ପକାଇଦେଇ ନାବାଳିକାର ପରିବାର ଲୋକଙ୍କୁ ଟାଙ୍ଗିଆ ଧରି ମାରିବାକୁ ଗୋଡ଼ାଇଥିଲେ ଏବଂ ନାବାଳିକାକୁ ନିଆଁ ଲଗାଇ ପୋଡି ମାରିଦେବାପାଇଁ ଧମକ ଦେଇଥିଲେ । ଏ ସମ୍ପର୍କରେ ନାବାଳିକା ର ପରିବାର ଲୋକେ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତିକରି ବନ୍ତଳା ଥାନା ପୁଲିସ ରାଜା ଓରଫ ରଂଜିତ ବାରିକ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ରାଜାର ବାପା ରଞ୍ଜନ ବାରିକ ଓ ମା ଜୟନ୍ତୀ ବାରିକ ନାମରେ ଦଫା ମଧ୍ୟ ଆଉ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି (ଗୁରୁବାର) ମାନ୍ୟବର ଜଜ ଫାଷ୍ଟ ଟ୍ରାକ କୋର୍ଟ ବିରଞ୍ଚି ନାରାୟଣ ମିଶ୍ର ଏହି ମାମଲା ର ଶୁଣାଣି କରି ୧୦ଜଣ ସାକ୍ଷୀ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ରାଜା ଓରଫ ରଂଜିତ ବାରିକ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବାସହ ୩୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୧ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ସେହିପରି ରଞ୍ଜନ ବାରିକ ଏବଂ ଜୟନ୍ତୀ ବାରିକ ଙ୍କୁ ୫ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି । ଏବଂ ୧୦ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି । ଏହା ସହିତ ପୀଡିତା କୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ସରକାର ଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ିଶୀନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା ଜରିଥିଲେ।

Advertisement

Leave a Reply

Your email address will not be published. Required fields are marked *