ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଲଜ୍ୟା ।
ପାଲଲହଡା ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ବାଗଡ଼ିଆ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନା ଅନୁସାରେ ମହିଳା ଜଣଙ୍କ ତାଙ୍କ ସମର୍କୀୟଙ୍କୁ ଦେଖା କରିବାକୁ ବାଗଡ଼ିଆ ଅଞ୍ଚଳକୁ ଆସିଥିଲେ । ସେଠାରୁ ସେ ଫେରୁଥିବା ବେଳେ ବାରମଞ୍ଚା ଜଙ୍ଗଲରେ ସେ ଶୌଚ ହେବା ପାଇଁ ଯାଇଥିଲେ । ଏତିକି ବେଳେ ସେହି ବାଟ ଦେଇ ଏକ ଟ୍ରାକ୍ଟର ଧରି କିଛି ଶ୍ରମିକ ମହିଳାଙ୍କୁ ଦେଖି ଟ୍ରାକ୍ଟର ଅଟକାଇଥିଲେ । ମହିଳାଙ୍କ ସହ ଥିବା ସମ୍ପର୍କୀୟ ଯୁବକଙ୍କୁ ମାଡ ମାରି ମହିଳାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ସେଠାରେ ୩ ଯୁବକ ଗଣ ଦୁଷ୍କର୍ମ କରିବା ପରେ ଟ୍ରାକ୍ଟର ଧରି ଚମ୍ପଟ ମାରିଥିଲେ । ପରେ ଏ ନେଇ ବାଗଡିଆ ଥାନାରେ ମହିଳା ଜଣକ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଏନେଇ ବାଗଡିଆ ଥାନା ପୁଲିସର ଛାନଭିନ୍ କରିଛି । ଘଟଣା ସ୍ଥଳରେ ପହଞ୍ଚିଲା ଡଗ ସ୍କାର୍ଡ ନେଇ ତଦନ୍ତ କରାଯାଉଛି ।