ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କ ଠାରୁ ଲୁଟିନେଲେ ଟଙ୍କା

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା କଲେଜ ଛକ ନିକଟରୁ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ମାଡ ମାରିବା ସହ ବାନ୍ଧି ଦେଇ ୨ଜଣ ଯୁବକ ୭୦ ହଜାର ଟଙ୍କା ଲୁଟିନେଇଛନ୍ତି।

ସୂଚନା ଅନୁସାରେ, ପରା ଗ୍ରାମର ରଞ୍ଜନ ସାହୁ ଜରପଡା ଆଇଓବି ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ଜରପଡା ଠାରେ ଖୋଲିଛନ୍ତି । ସେଠାରୁ ସେ ସବୁଦିନ ପରି ରାତିରେ ୯ ଟା ବେଳେ ସାଇକେଲ୍ ରେ ନିଜ ଗାଁ ପରା କୁ ଫେରୁଥିବା ବେଳେ ଜରପଡା କଲେଜ ଛକ ନିକଟରେ ୨ ଜଣ ଅଜଣା ଯୁବକ ଆସି ମାଡମାରିବା ସହ ବାନ୍ଧି ଦେଇ ଟଙ୍କା ,ମୋବାଇଲ, ମେସିନ୍ ନେଇ ଫେରାର ହୋଇଯାଇଛନ୍ତି । ପରେ ରଞ୍ଜନ ଜରପଡା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଜରପଡା ଥାନା ପୁଲିସ ଘଟଣାର ଛାନ ଭିନ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page