ଦୁର୍ଘଟଣାରେ ଜଣେ ମୃତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ସନ୍ଥପଡା ଛକ ନିକଟରେ ସଡକ ଦୁର୍ଘଟଣା । ବାଇକ ଏବଂ ଟ୍ରଲର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବାରିହାପୁର ଅଞ୍ଚଳର ମନୋଜ ବେହେରା ।

ସୂଚନା ଅନୁସାରେ ମନୋଜ ଆଜି ନିଜ କାର୍ଯ୍ୟ ସାରି ତାଳଚେରରୁ ନିଜ ଘର ବାରିହାପୁରକୁ ଯାଉଥିବା ବେଳେ ହଠାତ ଟ୍ରଲରଟି ସନ୍ଥପଡା ଛକ ନିକଟରେ ବ୍ରେକ ମାରିଥିଲା । ଫଳରେ ମନୋଜ ଟ୍ରଲର ପଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣା ଫଳରେ ସେହିଠାରେ ହିଁ ମନୋଜଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ ପରିବାର ରାସ୍ତାରୋକ କରିଥିଲେ । ପରେ ତାଳଚେର ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *