ନେତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ

ପାଲଲହଡା – ବିଜେପି ମଣ୍ଡଳ ଯୁବ ସଭାପତିଙ୍କ ଆପତ୍ତି ଜନକ ଫୋଟୋ ଭାଇରାଲ । ଅଞ୍ଚଳର ଜଣେ ଵିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡରେ ।

ପାଲଲହଡା ବ୍ଲକ ବିଜେପିର ଜଣେ ମଣ୍ଡଳ ଯୁବ ସଭାପତିଙ୍କର ଜଣେ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଏବେ ଭାଇରIଲ ହେବାରେ ଲାଗିଛି । ଏହି ଫଟୋକୁ କିଏ ଏବଂ କେଉଁଠାରୁ ଭାଇରାଲ ହୋଇଛି ତାହା ଜଣା ପଡ଼ିନଥିବାବେଳେ, ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବ ସଭାପତି ଜଣଙ୍କ ବିଧାୟକ ଅଶୋକ ମହାନ୍ତିଙ୍କର ଘନିଷ୍ଠ ହୋଇଥିବାବେଳେ ଏହି ଘଟଣା ଏବେ ଅଞ୍ଚଳର ରାଜନୀତିକୁ ଉଷ୍ମ କରିଛି । ଏ ସମ୍ପର୍କ ରେ ସମ୍ପୂକ୍ତ ଯୁବ ସଭାପତିଙ୍କ ମତାମତ ମିଳିପାରିନାହିଁ ।

Advertisement

Leave a Reply

Your email address will not be published. Required fields are marked *