୧୦ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ

ତାଳଚେର – ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଛି ତାଳଚେର ଅବକାରୀ ବିଭାଗ । ମୋଟରସାଇକେଲରେ ବିକ୍ରି କରିବାକୁ ଯାଉଥିବା ବେଳେ ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ ଜରିବା ସହ ସେମାନଙ୍କ ନିକଟରୁ ୧୦୪ ଗ୍ରାମ ବ୍ରାଉନସୁଗାର ସହ ଦୁଇଟି ମୋଟର ସାଇକେଲ , ପାଞ୍ଚହଜାର ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ସମଲ ଥାନା ପରାବିଲ ଅଞ୍ଚଳର ଦେବାନନ୍ଦ ଦେହୁରୀ ବିକ୍ରି ପାଇଁ ମୋଟରସାଇକେଲ ଯୋଗେ ବ୍ରାଉନସୁଗାର ନେଉଥିବା ବେଳେ ଖବର ପାଇ ଅବକାରୀ ବିଭାଗ ପରାବିଲ ଠାରେ ଚଢ଼ାଉ କରି ତାଙ୍କ ନିକଟରୁ ୬୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲେ । ସେହିପରି ପରାବିଲ ଅଞ୍ଚଳର ତାପସ କୁମାର ପ୍ରଧାନ ମୋଟରସାଇକେଲ ଯୋଗେ ବ୍ରାଉନସୁଗାର ବିକ୍ରି କରିବାକୁ ନେଉଥିବା ବେଳେ କଣ୍ଢାଳ ରାସ୍ତାରେ ଚଢ଼ାଉ କରି ତାଙ୍କ ନିକଟରୁ ୩୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ତାଳଚେର ଅବକାରୀ ବିଭାଗ ଉଭୟ ବ୍ରାଉନସୁଗାର ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *