ରାଜନୀତି ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ Angul OnlineMarch 20, 2021March 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର ଓ ଯୁବ କଂଗ୍ରେସର ବହୁ ଗୁରୁତ୍ୱପୁର୍ଣ ଦାଇତ୍ୱ ନେଇଥିଲେ ଏବଂ ୨୦୧୮ ମସିହା ରେ ଅନୁଗୋଳ ଜିଲ୍ଲାର ଛାତ୍ର ନେତା ଭାବରେ ମଧ୍ୟ ଚୟନ ହୋଇଥିଲେ । ଗତ କିଛି ବର୍ଷ ହେବ ଲଗାତର ଭାବେ ସୁଦିପ୍ ଙ୍କୁ ଗୋଟିଏ ପରେ ଗୋଟିଏ ଦାୟିତ୍ଵ ମିଳିଆସୁଛି । ସାଂଗଠନିକ କ୍ଷମତା,କଠିନ ପରିଶ୍ରମ ଏବଂ ଦଳ ପ୍ରତି ସମର୍ପିତ ମନୋଭାବ ଯୋଗୁଁ ତାଙ୍କୁ ପ୍ରଦାନ କରାଯାଇଥିବା ସମସ୍ତ ଦାୟିତ୍ଵକୁ , ସେ ସୁଚାରୁ ରୁପେ ତୁଲାଇବାରେ ସଫଳ ହୋଇ ପାରିଛନ୍ତି । ସୁଦିପ୍ ନଗର କଂଗ୍ରେସର କାର୍ଯ୍ୟକାରି ସଭାପତି ଥିବା ସମୟରେ ଅନୁଗୁଳ ଜିଲ୍ଲାର ରାଜରାସ୍ତାର ଅସୁବିଧା ପରି ଅନେକ ସମସ୍ୟାକୁ ନେଇ ଆମରଣ ଅନଶନରେ ମଧ୍ୟ ବସିଥିଲେ । ୧୯/୩/୨୧ ତାରିଖରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ ପଦ ପଦବୀ ପାଇଁ ନାମ ଘୋଷଣା ହୋଇଥିଲା । ଏଥିରେ ଅନୁଗୁଳ ନଗର କଂଗ୍ରେସର ସଭାପତି ଭାବେ ସୁଦିପ୍ ଙ୍କ ନାମ ଘୋଷଣା ପରେ କେବଳ କଂଗ୍ରେସ ଦଳୀୟ କର୍ମି ଓ ସମର୍ଥକ ନୁହେଁ ବରଂ ଅନୁଗୁଳ ସହରର ଯୁବପିଢୀଙ୍କ ମଧ୍ୟରେ ମଧ୍ୟ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଦେଖିବାକୁ ଗଲେ ଲମ୍ବା ରାଜନ୍ୟୈତିକ ଜୀବନୀ ଭିତରେ ସୁଦିପ୍ ସାଧାରଣ ଯୁବକ ଯୁବତୀଙ୍କ ସମୁହ ସ୍ଵାର୍ଥ ପାଇଁ ଲଢେଇ କରୁଥିବା ଜଣେ ଲଢୁଆ ଯୁବ ନେତାର ପରିଚୟ ସୃଷ୍ଟି କରିପାରିଛନ୍ତି । ଅନୁଗୁଳ ନଗର କଂଗ୍ରେସର ସଭାପତି ଦାଇତ୍ୱ ମିଳିବା ପରେ ସୁଦୀପ ବେଶ ଉତ୍ସାହିତ ଥିବା କହିଛନ୍ତି । ଅନୁଗୁଳ ର ସମୁହ ସ୍ଵାର୍ଥ ପାଇଁ ସାଲିସ ବିହୀନ ସଂଗ୍ରାମ ଜାରି ରହିବ ବୋଲି ସୁଦିପ୍ କହିବା ସହ ନୁଆଁ ଦାଇତ୍ୱ ପାଇଁ ପିସିସି ସଭାପତି ନିରଞ୍ଚନ ପଟ୍ଟନାୟକ,ପୁର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ , ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି। Advertisement
ଇସ୍ତଫା ଦେଲେ ମଣ୍ଟୁ – ସାଙ୍ଗଠନିକ ଦାୟିତ୍ୱ ସହ ପାଇ ପାରନ୍ତି ଗୁରୁତ୍ୱପୁର୍ଣ୍ଣ ପଦ ଅନୁଗୁଳ – ଅନୁଗୁଳ ଅନଲାଇନର ଅନୁମାନ ସତ ହେଲା । ଉପ-ବାଚସ୍ପତି ପଦରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଖୁବ ଶୀଘ୍ର ଇସ୍ତଫା ଦେଇ ପାରନ୍ତି ଆଉ…
ଏୟୁସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ – ବିଜେଡି ସମର୍ଥିତଙ୍କ ବାଜିମାତ ଅନୁଗୁଳ – ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ମୋଟ ୧୫ଟି ଯାକ ନିର୍ଦ୍ଦେଶକ ପଦବିରେ ବିଜେଡି ସମର୍ଥିତ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି ଅନୁଗୁଳ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଵ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ହେବାକୁ ଥିବା ବେଳେ…