ଛାତ୍ରୀଙ୍କୁ ଅସଦାଚରଣ କଲେ ଶିକ୍ଷକ – ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଛେଣ୍ଡିପଦା – ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ। ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେ ତାଲା ପକାଇଵା ସହ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । ପାତ୍ରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଲିପୁନ ବେହେରା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହା ସହ ଅନ୍ୟ ଜଣେ ଛାତ୍ରୀଙ୍କୁ  ଏହି ଶିକ୍ଷକ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ , ସମ୍ପୃକ୍ତ ଶିକ୍ଷକ ମଦ୍ୟପାନ କରି ସ୍କୁଲକୁ ଆସି ଗ୍ରାମବାସୀ, ଶିକ୍ଷକମାନଙ୍କ ସହ ଝଗଡା କରିଥିଲେ । ବିଦ୍ୟାଳୟ କମ୍ପ୍ୟୁଟର ଶ୍ରେଣୀ ଗୃହକୁ ତାଲା ପକାଇ ବିଦ୍ୟାଳୟର ଆସବାବପତ୍ର ଫିଙ୍ଗା ଫୋପଡା କରିଥିଲେ । ଯାହାକୁ ନେଇ ଅଭିଵାବକ ମହଲରେ ଅସନ୍ତୋଷ ଦେଖାଦଦେଇଛି। ଏଥିପାଇଁ ସକାଳେ ଅଭିଭାବକ , ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ତାଲା ପକାଇ ଧାରଣାରେ ବସିଥିଲେ । ଯେପର୍ଯ୍ୟନ୍ତ ଲିପୁନ ବେହେରାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଜିଦ ଧରି ବସି ରହିଥିଲେ । ଖବର ପାଇ ବାଗଡିଆ ପୁଲିସ , ଛେଣ୍ଡିପଦା ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଁଚି ଆଲୋଚନା କରିଥିଲେ । ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲରୁ ଅନ୍ୟତ୍ର ବଦଳି କରିବାକୁ ବ୍ଲକ ଶିକ୍ଷାଧିକାରୀ ପ୍ରତିଶୃତି ଦେଇଥିଲେ । ଏହାପରେ ପୁଲିସ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି ।

Advertisement

Leave a Reply

Your email address will not be published. Required fields are marked *