ଅନୁଗୁଳ – ପାରିବାରିକ କଳହରୁ ଗୋଟିଏ ଘରେ ଝୁଲି ପଡିଲେ ଦମ୍ପତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ସାଆନ୍ଦା ଗ୍ରାମରେ।
ସୂଚନା ଅନୁସାରେ, ଗ୍ରାମର ବାପୁନ ସାହୁ ଏବଂ ତାଙ୍କ ସ୍ତ୍ରୀ ଲିଟିଲ ସାହୁଙ୍କ ମଧ୍ୟରେ ପ୍ରାୟ ସବୁଦିନ ଝଗଡା ଲାଗିରହେ । ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ପୁଣି ଝଗଡା ହୋଇଥିଲା । ତେବେ ଝଗଡା ପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ଶୋଇବା ଘରେ ପିନ୍ଧା ଲୁଗାରେ ଝୁଲି ପଡ଼ିଥିଲେ । ପରେ ଘର ଲୋକ ଦୁଇଜଣଙ୍କୁ ଉଦ୍ଧାର କରି ତଳକୁ ଓଲ୍ହାଇ ଥିଲେ । ତେବେ ଘଟଣାସ୍ଥଳ ରେ ସ୍ୱାମୀ ବାପୁନଙ୍କର ମୃତ୍ୟୁ ହୋଇଥିବା ବେଳେ, ସ୍ତ୍ରୀ ଲିଟିଲଙ୍କୁ ପ୍ରଥମେ ଖମାର ଡାକ୍ତରଖାନା ଏବଂ ପରେ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

