ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କନିଷ୍ଠ କିରାଣୀ ସୁବ୍ରତ କୋଟି କୋଟି ଟଙ୍କା କରିଛନ୍ତି ହେରଫେର !!

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀଙ୍କ ଗୁମର ଖୋଲୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିଟାଣି ସୁବ୍ରତ ବେହେରା ଦରମା ଆଳରେ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣା ପଡୁଛି । ଆଳୁ ଖୋଜୁ ଖୋଳୁ ମହାଦେବ ବାହାରିବା ଭଳି ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି କନିଷ୍ଠ କିରାଣିଙ୍କ କଳା କାରନାମା । ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆକାଉଣ୍ଟର ଅଡିଟ୍ ଏବେ ବି କରୁଛି । ଅଡିଟ ପରେ ସ୍ପଷ୍ଟ ହୋଇ ପାରିବ ସମ୍ପୃକ୍ତ କିରାଣୀ କେତେ କୋଟି ବା ଲକ୍ଷ ଟଙ୍କା ହେରଫେର କରିଛନ୍ତି ।

ଆକାଉଣ୍ଟାଣ୍ଟ ଜେନେରାଲ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଡିଟ ପାଇଁ ଆସିଥିବା ବେଳେ ହସପିଟାଲର କନିଷ୍ଠ  କିରାଣୀ ସୁବ୍ରତ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ତାଙ୍କ ଦରମାଠାରୁ ଢେର୍ ଅଧିକ ଟଙ୍କା ଯାଇଥିବା ନେଇ ସନ୍ଦେହ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କ ପୂରା ଦୁର୍ନୀତି ଉନ୍ମୋଚିତ ହୋଇଥିବା ଜଣା ପଡ଼ିଛି । ଏହି କରିତ୍‌କର୍ମା କିରାଣି, ତାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଥିବା ଦରମା ଆକାଉଣ୍ଟକୁ ଢେର ଅଧିକ ଟଙ୍କା ଟ୍ରାନ୍ସଫର । ଏହି ଯାଞ୍ଚ ବେଳେ ଜଣାପଡ଼ିଥିଲା ଏହି ଦୁଇ ମାସରେ ମଧ୍ୟ ଆକାଉଣ୍ଟର ଦାୟିତ୍ଵରେ ଏହି କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କ ବ୍ୟାଙ୍କ ଖାତାକୁ ଦରମାଠାରୁ ଅଧିକ ଟଙ୍କା ଟ୍ରାନ୍ସଫର୍ ହୋଇଛି । ଏଥିପାଇଁ ସୁବ୍ରତ ନିଜ ବ୍ୟକ୍ତିଗତ ଆକାଉଣ୍ଟ , ଫୋନ ପେ ମଧ୍ୟ ବ୍ୟବହାର କରୁଥିବା ଜଣା ପଡ଼ିଛି । ପ୍ରାରମ୍ଭିକ ଯାଞ୍ଚରୁ ୨ କୋଟିରୁ ଅଧିକ ଟଙ୍କା ହେରଫେର୍ ହୋଇଥିବା ଦସ୍ତାବିତ ଆକାଉଣ୍ଟାଣ୍ଟ ଜେନେରାଲ ଜାଞ୍ଚ କରିଲେଣି ବୋଲି ମଧ୍ୟ ସୂଚନା ମିଳିଛି । ସ୍ବାସ୍ଥ୍ୟ ବିଭାଗ ଅଡିଟ୍ ଟିମ୍ ଏଚ୍ଆର୍‌ଏସ୍ଏସ୍ ଏକ୍ସପର୍ଟ ଟିମ୍ ମଧ୍ୟ ଏହି ଦୁର୍ନୀତିର ତଦନ୍ତ କରୁଛି

ତାଙ୍କ ବିରୁଦ୍ଧରେ ଏଭଳି ଦୁର୍ନୀତି ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କ ସ୍ଥାନରୁ ସୁବ୍ରତଙ୍କ ହଟାଇ ଦେଇଛନ୍ତି । ତାଙ୍କୁ ଦାୟିତ୍ବରୁ ନିବୃତ କରିବା ସହ ଅନ୍ୟ ଜଣେ କିରାଣୀଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟତଃ ସୁବ୍ରତ HRMS ସିଷ୍ଟମକୁ ହିଁ ବ୍ୟବହାର କରି ଏଭଳି ଖେଳ କରୁଥିଲେ । ଏଣୁ ତାଙ୍କୁ ଏଜି ଦାୟିତ୍ୱରୁ ନିବୃତ କରାଅ ଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନ କହିଛନ୍ତି । ସମ୍ପୂର୍ଣ୍ଣ ଅଡିଟ ସରି ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page