ଛେଳି ପାଇଁ କୁମ୍ଭୀର ସହ ସଂଘର୍ଷ , ହାତ ହରାଇଲେ ଯୁବକ

ଅନୁଗୁଳ – କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ହାତ ହରାଇଲେ ଯୁବକ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଘଟିଛି ।

ସୂଚନା ଅନୁସାରେ ଝାମ୍ପୁଲି ଗାଁର ରଞ୍ଜିତ ବିଶ୍ୱାଳ ଜୋର ନିକଟରେ ଛେଳି ଚରାଉ ଥିଲେ । ଛେଳି ସବୁ ଚରିବା ବେଳେ ଗିଟିଏ ଛେଳିକୁ ହଠାତ କୁମ୍ଭୀର ଟାଣି ନେଇଥିଲା । ଏହା ଦେଖି କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ରଞ୍ଜିତ ପାଣିକୁ ଡେଇଁ ପଡ଼ିଥିଲେ । କିଛି ସମୟ ସଂଘର୍ଷ ପରେ କୁମ୍ଭୀର ମୁଁହରୁ ଛେଳିକୁ ବଞ୍ଚାଇ ଆଣିଥିଲେ । କିନ୍ତୁ କୁମ୍ଭୀର ଆକ୍ରମଣରେ ନିଜର ଗୋଟିଏ ହାତ ହରାଇଥିଲେ । ଗୁରୁତର ଯୁବକ ରଞ୍ଜିତ ବିଶ୍ୱାଳଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି

Advertisement

Leave a Reply

Your email address will not be published. Required fields are marked *

You cannot copy content of this page