ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କଇଁଛପଦା ଅଞ୍ଚଳରୁ ଏକ Forsten’s Cat Snake ( ବିରାଡି ମୁହାଁ ପାହାଡିଆ ଚିତି) ଉଦ୍ଧାର ହୋଇଛି । ଗାଁର ଓମ ପ୍ରକାଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ କୁକୁଡ଼ା ଫାର୍ମରେ ଏକ ସାପ ଥିବା ଦେଖି କୋଶଳା ଗାଁର ସାପ ଧରାଳି ପୃଥ୍ୱୀରାଜ ଗଡ଼ନାୟକଙ୍କୁ ଖବର ଦେଇଥିଲେ । ଖବର ପାଇ ପୃଥ୍ୱୀରାଜ ଘଟଣା ସ୍ଥଳରେ ପହଞ୍ଚି କୁକୁଡ଼ା ଫାର୍ମ ଭିତରୁ ଅତି ସନ୍ତର୍ପଣରେ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟି Forsten’s Cat Snake ପ୍ରଜାତିର । ପ୍ରାୟ ଚାରି ଫୁଟ ଲମ୍ବର ସାପଟିକୁ ପୃଥ୍ୱୀରାଜ ଉଦ୍ଧାର କରିବା ପରେ କୋଶଳା ବନାଞ୍ଚଳ ଅଧିକାରୀଙ୍କ ସହାୟତାରେ କଙ୍କୁରପାଳ ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ଛାଡି ଦିଆଯାଇଛି । ସାପ ବିଶେଷଜ୍ଞଙ୍କ ମତରେ ଏହି ସାପର ଆଗ ଦାନ୍ତରେ ବିଷ ନଥିବା ବେଳେ ଭିତର ଦାନ୍ତରେ ବିଷ ଥାଏ । ଏଣୁ ଏହା କ୍ଷତି ପହଞ୍ଚାଇଲା ଧରଣର ସାପ ନୁହେଁ ।
Forsten’s cat ସାପ ଉଦ୍ଧାର

